ETV Bharat / bharat

Priyanka's allegation against Centre: କଂଗ୍ରେସର ୭୦ ବର୍ଷର ନିର୍ମାଣକୁ ବିକିବାକୁ ଚାହୁଁଛି କେନ୍ଦ୍ର - କେନ୍ଦ୍ର ବିରୋଧରେ ପ୍ରିୟଙ୍କାଙ୍କ ଅଭିଯୋଗ

ଦରଦାମ ବୃଦ୍ଧିକୁ ନେଇ ରାଜସ୍ଥାନର ଜୟପୁରରେ ବିଶାଳ ରାଲି କରୁଛି କଂଗ୍ରେସ । ଏହି ରାଲିରେ କେନ୍ଦ୍ର ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ଅଧିକ ପଢନ୍ତୁ...

Priyanka's allegation against Centre: କଂଗ୍ରେସର ୭୦ ବର୍ଷର ନିର୍ମାଣକୁ ବିକିବାକୁ ଚାହୁଁଛି କେନ୍ଦ୍ର

author img

By

Published : Dec 12, 2021, 6:09 PM IST

ଜୟପୁର: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର କେନ୍ଦ୍ର ଉପରେ ବର୍ଷିଛନ୍ତି । ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଯାହାବି ନିର୍ମାଣ କରିଛି, ସେଗୁଡ଼ିକୁ କେନ୍ଦ୍ର ବିକ୍ରି କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ରାଜସ୍ଥାନରେ 'ମେହେଙ୍ଗାଇ ହଟାଓ' ରାଲିରେ ସେ ଯୋଗ ଦେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ବିରୋଧରେ ଏହି ଅଭିଯୋଗ କରିଛନ୍ତି ।

ସେ ରାଲିରେ କହିଛନ୍ତି ଯେ, "ଯେତେବେଳେ ଲୋକମାନେ ବିଜେପିକୁ ନିର୍ବାଚିତ କରିଥିଲେ, ସେତେବେଳେ ଦେଶ ଅଗ୍ରଗତି କରିବ ବୋଲି ସମସ୍ତେ ବିଶ୍ବାସ କରିଥିଲେ । କଂଗ୍ରେସ ଦେଶ ପାଇଁ କିଛି କରିନାହିଁ ବୋଲି ବିଜେପି ଲଗାତାର ଭାବେ କହି ଆସୁଛି । ଯଦି କଂଗ୍ରେସ ଗତ ୭୦ ବର୍ଷ ମଧ୍ୟରେ କିଛି କରିନାହିଁ, ତେବେ ବିଜେପି ଗତ ୭ ବର୍ଷ ମଧ୍ୟରେ କ'ଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଗତ ବର୍ଷ ମଧ୍ୟରେ ଗୋଟିଏ ବି ଅନୁଷ୍ଠାନର ନିର୍ମାଣ କରିନାହିଁ । ସ୍ବାସ୍ଥ୍ୟବିଭାଗ ପାଇଁ ଗୋଟିଏ AIIMS ନିର୍ମାଣ କରିନାହିଁ । ଦେଶରେ ଥିବା ଏୟାରପୋର୍ଟଗୁଡ଼ିକୁ ମଧ୍ୟ କଂଗ୍ରେସ ନିର୍ମାଣ କରିଥିବା ସେ କହିଛନ୍ତି । ଆଜି କଂଗ୍ରେସ ଦ୍ବାରା ନିର୍ମାଣ ହୋଇଥିବା ସବୁ କିଛି ବିଜେପି ବିକ୍ରି କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ: Congress Rally Against Inflation: ଆଜି ଜୟପୁରରେ ବିଶାଳ ରାଲିକୁ ସମ୍ବୋଧିତ କରିବେ ରାହୁଲ-ପ୍ରିୟଙ୍କା

ଦରଦାମ ବୃଦ୍ଧିକୁ ନେଇ ପ୍ରିୟଙ୍କା କହିଛନ୍ତି ଯେ ଖାଦ୍ୟ ପଦାର୍ଥ ଓ ଇନ୍ଧନ ଗ୍ୟାସର ଦର ଆକାଶ ଛୁଆଁ ହୋଇଛି । ସାଧାରଣ ଲୋକଙ୍କ କଥା କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି । ସେ ଲୋକଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, " LPG ସିଲିଣ୍ଡର ଦର ୧୦୦୦ଟଙ୍କାରେ ପହଞ୍ଚିଛି ବୋଲି ଆପଣମାନେ ଆଜି ଏଠାରେ ଉପସ୍ଥିତ । ସେହିପରି ସୋରିଷ ତେଲ ଦର ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଆଁ ହୋଇଛି । ଏହା ବିରୋଧରେ ଲୋକଙ୍କ କଥା କେହି ଶୁଣୁନାହାନ୍ତି । "

ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରିୟଙ୍କା । ବିଜ୍ଞାପନ ପାଇଁ ଯୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଷୀଙ୍କୁ ସାର ଯୋଗାଉନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ରରେ ଥିବା ଏହି ସରକାର କେବଳ କିଛି ଶିଳ୍ପପତିଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହି ଦରଦାମ ବୃଦ୍ଧିକୁ ନେଇ ରାଜସ୍ଥାନରେ ଜୟପୁରରେ ବିଶାଳ ରାଲି କରିଛି କଂଗ୍ରେସ । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.