ETV Bharat / bharat

Omicron Scare: ଓମିକ୍ରନ ଭୟ, ଝୁଲିଲା ଅନ୍ତର୍ଜାତୀୟ ବିମାନ ସେବା ନିଷ୍ପତ୍ତି

author img

By

Published : Nov 28, 2021, 8:37 PM IST

ଚିନ୍ତା ବଢାଇଲାଣି କୋଭିଡର ନୂଆ ଭାରିଆଣ୍ଟ(COVID Omicron variant) । ବିଳମ୍ବ ହୋଇପାରେ ପୁନଃକାର୍ଯ୍ୟକ୍ଷମ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ସେବା(International Flight services) । ପୂର୍ବରୁ ନିଷ୍ପତ୍ତିକୁ ପୁନଃସମୀକ୍ଷା କରିବ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

COVID Omicron variant: ଆନ୍ତର୍ଜାତୀୟ ବିମାନ ସେବା ପୁନଃକାର୍ଯ୍ୟକ୍ଷମ ନିଷ୍ପତ୍ତିର ହେବ ପୁନଃ ସମୀକ୍ଷା

ନୂଆଦିଲ୍ଲୀ: କୋଭିଡର ନୂଆ ଭ୍ୟାରିଏଣ୍ଟ(COVID Omicron variant) ଏବେ ବିଶ୍ବବ୍ୟାପୀ ଚିନ୍ତାର କାରଣ ପାଲଟିଥିବାବେଳେ ଏବେ ଭାରତ ମଧ୍ୟ ମୁକାବିଲା ପାଇଁ ରଣନୀତି ଆରମ୍ଭ କରିଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ଆସନ୍ତା ଡିସେମ୍ବର ମାସରେ ଅନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ନିଷ୍ପତ୍ତି ଏବେ ବିଳମ୍ବ ହେବା ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥିତିକୁ ଦେଖି ପୂର୍ବରୁ ହୋଇଥିବା ନିଷ୍ପତ୍ତିକୁ ପୁଣି ଥରେ ସହ ସମୀକ୍ଷା କଲା ପରେ କେନ୍ଦ୍ର ସରକାର କିଛି ଡୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଏନେଇ ଆଜି କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମୀକ୍ଷା ହୋଇଛି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବର୍ତ୍ତମାନର ନୂଆ ଭାରିଆଣ୍ଟର ସ୍ଥିତି ଓ ଅନ୍ତର୍ଜାତୀୟ ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବା ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ସଙ୍ଗୋରୋଧକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଆଜିର ବୈଠକ ପରେ ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି, ବିଭିନ୍ନ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଏବଂ ଏହାକୁ ତ୍ବରିତ କାର୍ଯ୍ୟକାରୀ କରାଯିବା ଉପରେ ଆଲୋଚନା କରାଯାଇଥିଲା । ବିମାନ ବନ୍ଦର ଏବଂ ବନ୍ଦରଗୁଡିକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସେଠାରେ କୋଭିଡ ପ୍ରୋଟୋକଲର କଡାକଡି ଅନୁପାଳନ ପାଇଁ ବିମାନ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (APHOs) ଏବଂ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (PHO)କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Omicron variant: ବିଦେଶ ଯାତାୟତ ଉପରେ ସତର୍କତା ବଢାଇବା ପାଇଁ ମୋଦିଙ୍କ ନିର୍ଦ୍ଦେଶ

ତେବେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ(Omicron variant)କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ସତର୍କ କରାଇବା ପରେ ବିଶ୍ବବ୍ୟାପୀ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ସହ ସମ୍ପୂର୍ଣ୍ଣ ତତ୍ପର ହେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.