ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରଦାମ କମିବା ଦ୍ବାରା ହେଉଥିବା କ୍ଷତିକୁ ଏଥର ଭରଣ କରିବ କେନ୍ଦ୍ର। ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଲିଟର ପ୍ରତି ଯଥାକ୍ରମେ 10 ଏବଂ 5 ଟଙ୍କା ହ୍ରାସ ହେତୁ ସମ୍ପୁର୍ଣ୍ଣ ରାଜସ୍ବ ବିଭାଗ କ୍ଷତି ସହୁଛି । ଯାହା ଏବେ କେନ୍ଦ୍ର ବହନ କରିବ ବୋଲି ସୋମବାର ଅର୍ଥ ସଚିବ ଟିଭି ସୋମନାଥ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଯେ ଏହି ହ୍ରାସ ଦ୍ବାରା ରାଜ୍ୟଗୁଡିକର ରାଜସ୍ବ କ୍ଷତି ହେବ ନାହିଁ। ସଂଗ୍ରହ କରାଯାଇଥିବା 41 ପ୍ରତିଶତ ଟ୍ୟାକ୍ସ 14 ଟି କିସ୍ତିରେ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟା ଯାଇଛି ।
ନଭେମ୍ବର 4 ରେ କେନ୍ଦ୍ର ଡିଜେଲ ଉପରେ ଲିଟର ପିଛା 10 ଟଙ୍କା ଏବଂ ପେଟ୍ରୋଲ ଉପରେ 5 ଟଙ୍କା ହ୍ରାସ କରିଛି। ଏହାକୁ ଅନୁସରଣ କରି ପ୍ରାୟ 25 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଇନ୍ଧନ ଉପରେ ଭାଟ୍ ହ୍ରାସ କରିଛନ୍ତି । ତେବେ କୋଭିଡ ପରବର୍ତ୍ତୀ ଅର୍ଥନୀତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।