ETV Bharat / bharat

କାଶ୍ମିରବାସୀଙ୍କ ସ୍ବରକୁ ସମ୍ମାନ ଦେଉ କେନ୍ଦ୍ର: ଓମାର ଅବଦୁଲ୍ଲା - ଗୁପକାର ଗ୍ୟାଙ୍ଗ

କେନ୍ଦ୍ରକୁ ଟାର୍ଗେଟ କଲେ ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା । କହିଲେ ଲୋକଙ୍କ ସ୍ବରକୁ ଶୁଣୁ କେନ୍ଦ୍ର । ପଢନ୍ତୁ ଅଧିକ....

ଲୋକଙ୍କ ସ୍ବରକୁ ସମ୍ମାନ ଦେଉ କେନ୍ଦ୍ର: ଉମର ଅବଦୁଲ୍ଲା

author img

By

Published : Dec 23, 2020, 9:57 PM IST

ଶ୍ରୀନଗର: ଧାରା 370 ରଦ୍ଦ ହେବା ବିରୋଧରେ ଲୋକଙ୍କ ପ୍ରତିକ୍ରିୟାକୁ କେନ୍ଦ୍ର ସରକାର ଶୁଣିବା ଉଚିତ ବୋଲି କହିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ତଥା କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏହା ସହ ସେ ଡିଡିସି ନିର୍ବାଚନ ଫଳାଫଳକୁ ଗଣତନ୍ତ୍ରର ବିଜୟ ବୋଲି ମଧ୍ୟ ଦର୍ଶାଇଛନ୍ତି ।

ଏନସି ମୁଖ୍ୟାଳୟ ନୱା-ଇ-ସୁବାରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜିଲ୍ଲା ବିକାଶ ପରିଷଦ ସର୍ଭେରେ ପିପୁଲ୍ସ ଆଲାଇନ୍ସ ଫର ଗୁପକାର ଗ୍ୟାଙ୍ଗକୁ ସମର୍ଥନ କରି କାଶ୍ମିରବାସୀ ନିଜର ମତ ସ୍ପଷ୍ଟ କରିଛନ୍ତି । 7 ଟି ପାର୍ଟିକୁ ନେଇ ଗଠିତ ମିଳିତ ମଞ୍ଚ ଗୁପକାର ଗ୍ୟାଙ୍ଗ 276ଟି ଆସନ ମଧ୍ୟରୁ 110 ଟି ଆସନ ଜିତି ସର୍ବାଧିକ ଭୋଟ୍ ପାଇବା ସହ 75 ଟି ସିଟ୍ ପାଇ ବିଜେପି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।

ଯଦି ଆପଣ ପ୍ରକୃତରେ କୁହୁଛନ୍ତି ଯେ ଗଣତନ୍ତ୍ର ଜିତିଛି, ତେବେ ଆପଣଙ୍କୁ ଲୋକଙ୍କ ସ୍ୱର ଶୁଣିବାକୁ ପଡ଼ିବ ବୋଲି କହିଛନ୍ତି ଅବଦୁଲ୍ଲା । ପରୋକ୍ଷରେ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ଜାମ୍ମୁ କାଶ୍ମୀରକୁ ସତନ୍ତ୍ର ମାନ୍ୟତା ଦେଇଥିବା ଧାରା 370 କୁ ରଦ୍ଦ କରିବା ପ୍ରସଙ୍ଗରେ ସେ କେନ୍ଦ୍ର କରକାରଙ୍କୁ ସମାଲେଚନା କରିବା ସହ ଏହା କାଶ୍ମିରବାସୀଙ୍କ ସ୍ବତନ୍ତ୍ର ପରିଚୟକୁ କ୍ଷୁର୍ଣ୍ଣ କରିଥୁିବା କଥା କହିଛନ୍ତି ଅବଦୁଲ୍ଲା । ଗତ ବର୍ଷ ଅଗଷ୍ଟ 5 ରେ ଜମ୍ମୁ କାଶ୍ମିରକୁ ଦୁଇଟି ୟୁନିଅନ୍ ଅଞ୍ଚଳରେ ବିଭକ୍ତ କରିଥିଲେ କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.