ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବାକର (ଜିଏସଟି) କ୍ଷତିପୂରଣ ବାବଦକୁ 75 ହଜାର କୋଟି ଜାରି କରିଛି କେନ୍ଦ୍ର । ମେ 28ରେ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ କେନ୍ଦ୍ର ସରକାର 1.59 ଲକ୍ଷ କୋଟି ଟଙ୍କା ଋଣ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ବ୍ୟାକ ଟୁ ବ୍ୟାକ ଆଧାରରେ ଜାରି କରିବେ ।
ଜିଏସଟି କ୍ଷତିପୂରଣ ବାବଦକୁ ବ୍ୟାକ ଟୁ ବ୍ୟାକ ଋଣ ସୁବିଧା ଅଧୀନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅର୍ଥ ମନ୍ତ୍ରଣାଳୟ 75,000 କୋଟି ଟଙ୍କା ପ୍ରଦାନ କରିଛି ।
ଦେଶରେ ଦରଦାମ ବୃଦ୍ଧି ମଧ୍ୟରେ ସରକାରୀ ରାଜକୋଷ ଉପରେ ପଡୁଛି କୋରୋନା ଦ୍ବିତୀୟ ଲହରର ସିଧାସଳଖ ପ୍ରଭାବ । ଏଥର କମିଛି ଦ୍ରବ୍ୟ ଓ ସେବା କର ସଂଗ୍ରହ (GST COLLECTION) ପରିମାଣ । ଜୁନ ମାସରେ ବସ୍ତୁ ଓ ସେବା କର (ଜିଏସଟି) 1 ଲକ୍ଷ କୋଟିରୁ ହ୍ରାସ ପାଇ 92,849 କୋଟିରେ ଅଟକିଛି । ମହାମାରୀ କୋରୋନାର ଦ୍ବିତୀୟ ଲହର କାରଣରୁ 9 ମାସରେ ପ୍ରଥମ ଥର ଏହି ହ୍ରାସ ପରିଲକ୍ଷିତ ହୋଇଛି ।