ETV Bharat / bharat

ଧାରା ୩୭୦ ପୁନଃଲାଗୁ ମନ୍ତବ୍ୟରେ BJP କହିଲା ମେହେବୁବା ମୁଫତିଙ୍କ ପ୍ରକୃତ ଚେହେରା ଜାଣିଛି କାଶ୍ମୀର - କାଶ୍ମୀରରେ ଧାରା ୩୭୦ ପ୍ରସଙ୍ଗ

ମେହେବୁବା ମୁଫତିଙ୍କ ଧାରା ୩୭୦ ପୁନଃଲାଗୁ ଦାବିରେ ପ୍ରତିକ୍ରିୟା ରଖିଲା BJP । ଦଳର ରାଷ୍ଚ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟ ବର୍ଗୀୟ କହିଲେ, କେନ୍ଦ୍ର ମୁଫତିଙ୍କ ମନ୍ତବ୍ୟରେ ଭୟଭୀତ ନୁହେଁ କି ଗୁରୁତ୍ବ ଦିଏନାହିଁ । ମୁଫତିଙ୍କ ପ୍ରକୃତ ଚେହେରା କାଶ୍ମୀରବାସୀ ମଧ୍ୟ ଜାଣନ୍ତି । ଅଧିକ ପଢନ୍ତୁ..

ମୁଫତିଙ୍କ ଧାରା ୩୭୦ ପୁନଃଲାଗୁ ମନ୍ତବ୍ୟରେ ବିଜେପିର ପ୍ରତିକ୍ରିୟା , ମୁଫତିଙ୍କ ପ୍ରକୃତ ଚେହେରା ଜାଣିଛି କାଶ୍ମୀର

author img

By

Published : Aug 22, 2021, 8:51 PM IST

ଭୋପାଲ: ଜାମ୍ମୁ କାଶ୍ମୀରରେ ଧାରା 370 ପୁନଃଲାଗୁ ଦାବି କରି କେନ୍ଦ୍ର ସରକାର ଉପରେ ଗତକାଲି ବର୍ଷିଥିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି । ଆଜି ମୁଫତିଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଦଳର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ ।

କୈଳାଶ କହିଛନ୍ତି, ମୁଫତିଙ୍କ ବୟାନରେ କେନ୍ଦ୍ର ସରକାର ଭୟଭୀତ ନୁହଁନ୍ତି । ମୁଫତିଙ୍କ ପ୍ରକୃତ ଚେହେରା କାଶ୍ମୀରବାସୀ ଭଲ ଭାବେ ଚିହ୍ନି ସାରିଛନ୍ତି । ମୁଫତିଙ୍କ ମିଥ୍ୟା ଧମକକୁ କେନ୍ଦ୍ର ସରକାର ଗୁରୁତ୍ବ ମଧ୍ୟ ଦେଉ ନାହାଁନ୍ତି । ଜମ୍ମୁ କାଶ୍ମୀରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ପଞ୍ଚାୟତର ତ୍ରିରଙ୍ଗା ଉଡିଛି । ଏହା ପ୍ରମାଣିତ କରୁଛି ଯେ କାଶ୍ମୀରବାସୀ ଦେଶ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଅଛନ୍ତି । ଜମ୍ମୁ କାଶ୍ମୀରକୁ ଶୋଷଣ କରୁଥିବା ନେତାଙ୍କ ଚେହେରା ସାମ୍ନାକୁ ଆସି ସାରିଛି । ଜମ୍ମୁ କାଶ୍ମୀରରେ ଧାରା 370 ପୁନଃରୁଦ୍ଧାର ପାଇଁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ମୁଖ୍ୟ ମେହବୁବାଙ୍କ ଦାବି ପଛରେ ଥିବା କାରଣକୁ ମଧ୍ୟ କାଶ୍ମୀରବାସୀ ବୁଝି ସାରିଛନ୍ତି ।

ଗତକାଲି ଏକ ସାଧାରଣ ସଭାକୁ ସମ୍ବୋଧିତ କଲାବେଳେ ମୁଫତି କହିଥିଲେ,ଯେ ସୁପର ପାୱାର ଆମେରିକା ଆଫଗାନିସ୍ତାନରେ ବ୍ୟାଗ ପ୍ୟାକ୍ କରିବାକୁ ବାଧ୍ୟ ହୋଇଛି । ଅର୍ଥାତ ସାମରିକ କାର୍ଯ୍ୟାନୁଷ୍ଠାନରେ ଆଫଗାନ ସମସ୍ୟା ସମାଧାନ ହୋଇ ପାରିଲା ନାହିଁ । ତେଣୁ କାଶ୍ମୀରରେ ମଧ୍ୟ କଥାବାର୍ତ୍ତା ମାଧ୍ୟମରେ କେନ୍ଦ୍ର ସରକାର ସମସ୍ୟାର ସମାଧାନ କରିବା ଦିଗରେ ଆଗକୁ ବଢିବା ଉଚିତ । କାଶ୍ମୀରବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି କଥାବାର୍ତ୍ତା ଆରମ୍ଭ କରିବା ସହ ବିଳମ୍ବ ହେବା ପୂର୍ବରୁ ଧାରା 370 ପୁନଃଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରନ୍ତୁ ।

ମୁଫତିଙ୍କ ଏପରି ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରିଥିଲା । ତେବେ ବିଭିନ୍ନ ବିଜେପି ନେତୃବୃନ୍ଦ ମୁଫତିଙ୍କୁ ଏ ପ୍ରସଙ୍ଗରେ କଡା ସମାଲୋଚନା ସହ ପ୍ରତିଉତ୍ତର ଦେଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.