ETV Bharat / bharat

ପର୍ଯ୍ୟଟନ କ୍ଷେତ୍ରରେ ତେଲେଙ୍ଗାନାକୁ ଅବହେଳା, କେନ୍ଦ୍ର ଉପରେ ବର୍ଷିଲେ କେସିଆର - କେନ୍ଦ୍ର ଅବହେଳା

ତେଲେଙ୍ଗାନା ରାଜ୍ୟ କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରରେ ଖୁବ୍ ସମୃଦ୍ଧ । ହେଲେ ତଥାପି କେନ୍ଦ୍ର ସରକାର ତେଲେଙ୍ଗାନା ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି । ରାଜ୍ୟ ବିଧାନସଭାରେ ପ୍ରଶ୍ନ କାଳରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ...

ପର୍ଯ୍ୟଟନ କ୍ଷେତ୍ରରେ ତେଲେଙ୍ଗାନାକୁ ଅବହେଳା କରୁଛି କେନ୍ଦ୍ର, କ୍ଷୋଭ ଜାହିର କଲେ କେସିଆର

author img

By

Published : Oct 5, 2021, 8:26 AM IST

ହାଇଦ୍ରାବାଦ: କେନ୍ଦ୍ର ଉପରେ ବର୍ଷିଲେ କେସିଆର ସରକାର । ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତେଲେଙ୍ଗାନା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି କେନ୍ଦ୍ର ସରକାର । ଉତ୍କୃଷ୍ଟ କଳା, ସଂସ୍କୃତି, ପର୍ଯ୍ୟଟନ ଏବଂ ଗୌରବାମୟ ଇତିହାସ କ୍ଷେତ୍ରରେ ତେଲେଙ୍ଗାନା ଖୁବ୍ ସମୃଦ୍ଧ । ଏହାସତ୍ତ୍ବେ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟ ଅବହେଳିତ ହେଉଛି । ରାଜ୍ୟ ବିଧାନସଭାରେ କେନ୍ଦ୍ର ବିରୁଦ୍ଧରେ ଏଭଳି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ବିଧାନସଭା ପ୍ରଶ୍ନକାଳରେ UNESCO ବିଶ୍ବ ଐତିହ୍ୟ ସ୍ଥଳ ଭାବେ ନିକଟରେ ନାମିତ ହୋଇଥିବା ରାମପ୍ପା ମନ୍ଦିର ପ୍ରସଙ୍ଗରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଉପରେ କେସିଆର ଏଭଳି ଆରୋପ ଲଗାଇଛନ୍ତି । ଯେତେବେଳେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶର ଏକ ଅଂଶ ଥିଲା, ସେହି ସମୟରେ ଏହା ପ୍ରତିଟି କ୍ଷେତ୍ରରେ ଅବହେଳିତ ହୋଇଥିଲା । ରାଜ୍ୟର ବହୁ ଗୌରବାମୟ ଇତିହାସ ଏବଂ ଅନେକ ଐତିହାସିକ ସ୍ମାରକୀ ଥିବା ସତ୍ତ୍ବେ ମଧ୍ୟ କେବେ ବି ତେଲେଙ୍ଗାନାକୁ ପ୍ରୋତ୍ସାହନ ମିଳିନାହିଁ ।

ତେଲେଙ୍ଗାନାରେ ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ରହିଛି । ଏଠାରେ ସୁନ୍ଦର ଜଳପ୍ରପାତ ଏବଂ ଐତିହାସିକ ଦୁର୍ଗ ମଧ୍ୟ ଅଛି । ହେଲେ ଏହାକୁ ମାନ୍ୟତା ଦିଆଯାଇ ନାହିଁ । ଆହୁରିମଧ୍ୟ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ କଳାକାରଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ ନ କରିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ କେନ୍ଦ୍ରକୁ ଦୋଷରୋପ କରିଛନ୍ତି କେସିଆର । ତେଲେଙ୍ଗାନା ପଦ୍ମ ପୁରସ୍କାର ପାଇଁ ନାମ ପଠାଇବ କି ନାହିଁ ସେ ବାବଦରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେସିଆର ପ୍ରଶ୍ନ କରିଛନ୍ତି ଏବଂ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟସ୍ତରରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ଲାଗି ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ଐତିହାସିକ ସ୍ଥଳ, ଦୁର୍ଗ, ଦର୍ଶନୀୟ ସ୍ଥାନ ଏବଂ ଅଦ୍ବିତୀୟ ମନ୍ଦିରକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ସବୁ ଜିଲ୍ଲାର ବିଧାୟକଙ୍କୁ ନେଇ ତେଲେଙ୍ଗାନା ସରକାର ଏକ ସମିତି ଗଠନ କରିଥିବା କେସିଆର କହିଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.