ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଲିଟର ପିଛା 17ରୁ 18 ଟଙ୍କା କମାଇଛନ୍ତି ବୋଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି । ଲିଟର ପିଛା କିଛି ପଇସା କମାଇ କେନ୍ଦ୍ର ସରକାର କେତେ ପରିମାଣର ଅର୍ଥକୁ ସଞ୍ଚୟ କରିବେ ବୋଲି ସେ ଟ୍ବିଟ ଯୋଗେ ପ୍ରଶ୍ନ କରିଛନ୍ତି ।
-
चुनाव के कारण केंद्र सरकार ने पेट्रोल-डीज़ल 17/18 पैसे प्रति लीटर सस्ता किया है।
— Rahul Gandhi (@RahulGandhi) March 28, 2021 " class="align-text-top noRightClick twitterSection" data="
बचत की इस धनराशि से आप क्या-क्या करेंगे? #FuelLootByBJP
">चुनाव के कारण केंद्र सरकार ने पेट्रोल-डीज़ल 17/18 पैसे प्रति लीटर सस्ता किया है।
— Rahul Gandhi (@RahulGandhi) March 28, 2021
बचत की इस धनराशि से आप क्या-क्या करेंगे? #FuelLootByBJPचुनाव के कारण केंद्र सरकार ने पेट्रोल-डीज़ल 17/18 पैसे प्रति लीटर सस्ता किया है।
— Rahul Gandhi (@RahulGandhi) March 28, 2021
बचत की इस धनराशि से आप क्या-क्या करेंगे? #FuelLootByBJP
ରାହୁଲ ବିଜେପି ସରକାରଙ୍କ ଅର୍ଥନୈତିକ ନୀତିକୁ ସମାଲୋଚନା କରିଛନ୍ତି । ତେବେ ଏହି ସରକାର ଦେଶରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଦାରିଦ୍ର୍ୟତା ମଧ୍ୟ ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଦେଶର 4ଟି ରାଜ୍ୟ ଓ ପୁଡୁଚେରୀରେ ପେଟ୍ରୋଲ-ଡିଜେଲ ଲିଟର ପିଛା 17ରୁ 18 ପଇସା ହ୍ରାସ କରିଛନ୍ତି ବୋଲି ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆସାମ ଏହି 4ଟି ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ 824ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଚାଲିଛି । ଏହି ରାଜ୍ୟଗୁଡିକରେ ନିର୍ବାଚନ ମାର୍ଚ୍ଚ 27ଠାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଭୋଟ ଗଣତି ପ୍ରକ୍ରିୟା ମେ ମାସ 2 ତାରିଖ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି ।
ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ 18.68 କୋଟି ଭୋଟଦାତା 2.7 ଲକ୍ଷ ଭୋଟକେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଦିନ ଶେଷ ହୋଇଛି ।
@ANI