ETV Bharat / bharat

ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି: ସୋନିଆ ଗାନ୍ଧୀ - sonia targets centre on farmer issue

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଂସଦୀୟ ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି । ଅଧିକ ପଢନ୍ତୁ

କଂଗ୍ରେସ ଅନ୍ତରୀଣ ଅଧକ୍ଷା ସେନିଆ ଗାନ୍ଧୀ
କଂଗ୍ରେସ ଅନ୍ତରୀଣ ଅଧକ୍ଷା ସେନିଆ ଗାନ୍ଧୀ
author img

By

Published : Dec 8, 2021, 12:51 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଂସଦୀୟ ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି । ଏହା ସହ ସଂସଦ ଶୀତ ଅଧିବେଶନରେ (Parliament winter session) ସୀମା ପ୍ରସଙ୍ଗରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା କରିବାକୁ ଦାବି କରିବା ନେଇ କହିଛନ୍ତି ସୋନିଆ ।

ସେ ଆହୁରି କହିଛନ୍ତି ଚାଷୀ ଅନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କୁ ସମ୍ମାନ ଦିଆଯାଉ । ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ । ଏହାସହିତ ଦେଶରେ ଜିନିଷର ବଢୁଥିବା ଦର ବୃଦ୍ଧି ନେଇ ମଧ୍ୟ ବର୍ଷିଛନ୍ତି ସୋନିଆ । ଦର ବୃଦ୍ଧି ପ୍ରତି ପରିବାର ଆଖିରେ ଲୁହ ଦେଇଛି ବୋଲି କହିଛନ୍ତି ସୋନିଆ । ଭାରତର ସମ୍ପତ୍ତି ବିକ୍ରି କରୁଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଦ୍ବାରା PSU ଗୁଡ଼ିକ ଭାଙ୍ଗୁଛି ବୋଲି ମଧ୍ୟ କହିଛନ୍ତି ସୋନିଆ ।

ଏହାବାଦ ସଂସଦରେ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ ଘଟଣାକୁ ନେଇ ସୋନିଆ କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ନିଲମ୍ବିତ ସାଂସଦମାନଙ୍କ ସହିତ ଆମେ ଛିଡା ହେବୁ ।

ଏହା ମଧ୍ୟ ପଢନ୍ତୁ Parliament Winter Session: ମୃତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାହୁଲଙ୍କ ଦାବି

ପ୍ରକାଶ ଥାଉ କି ଗତକାଲି ଲୋକସଭାର ଶୂନ୍ୟକାଳରେ ଚାଷୀ ଅନ୍ଦୋଳନରେ ପ୍ରାଣ ହରାଇଥିଲା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଓ ଚାକିରି ପ୍ରଦାନ କରିବାକୁ ଦାବି କରିଥିଲେ । ୱାଇନାଡ ଏମପି ରାହୁଲ ଗାନ୍ଧୀ ଲୋକସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗକୁ ନେଇ ପଞ୍ଜାବ ସରକାର କ୍ଷତିପୂରଣ ଦେଇଥିବା ମୃତକଙ୍କ ତାଲିକା ଉପସ୍ଥାପନ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.