ETV Bharat / bharat

ମେଡିକାଲ ଶିକ୍ଷାକ୍ଷେତ୍ରରେ ମୋଦି ସରକାରଙ୍କ ବଡ ଘୋଷଣା, ମିଳିବ ୨୭% ସଂରକ୍ଷଣ

author img

By

Published : Jul 29, 2021, 4:47 PM IST

ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ନେଇ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ପଛୁଆ ବର୍ଗ ଓ ଆର୍ଥିକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ବଡ ନିଷ୍ପତ୍ତି ନେଇ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଲାଗୁ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ମେଡିକାଲ ଶିକ୍ଷାରେ ମୋଦି ସରକାଙ୍କ ବଡ ଘୋଷଣା, OBC-EWS ବର୍ଗଙ୍କୁ ମିଳିବ ଆରକ୍ଷଣ

ନୂଆଦିଲ୍ଲୀ: ମେଡିକାଲ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ବଡ ନିଷ୍ପତ୍ତି । AIQ ଆଧାରରେ ପଛୁଆ ବର୍ଗ(OBC)ଙ୍କୁ 27% ଓ ଆର୍ଥିକ ଭାବେ ଦୁର୍ବଳ ବର୍ଗ( EWS)ଙ୍କୁ 10% ଆରକ୍ଷଣ । ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ନେଇ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କର ଏହା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

  • ସବକା ସାଥ୍-ସବକା ବିକାଶ ମନ୍ତ୍ରରେ ପ୍ରଧାନମନ୍ତ୍ରୀ @narendramodiଜୀଙ୍କ ସରକାର 2021-22 ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ୟୁଜି ଏବଂ ପିଜିରେ ଏଆଇକ୍ୟୁ ଯୋଜନାରେ ଓବିସିଙ୍କୁ 27% ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 10% ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ।

    — Dharmendra Pradhan (@dpradhanbjp) July 29, 2021 " class="align-text-top noRightClick twitterSection" data=" ">

ଗୁରୁବାର ପଛୁଆ ବର୍ଗ ଓ ଆର୍ଥିକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ବଡ ନିଷ୍ପତ୍ତି ନେଇ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଲାଗୁର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥିରେ UG ଓ PG ମେଡିକାଲ/ଡେଣ୍ଟାଲ ପାଠ୍ୟକ୍ରମ(MBBS / MD / MS / Diploma / BDS / MDS)ରେ OBC ବର୍ଗକୁ ୨୭ ପ୍ରତିଶତ ଓ EWS ବର୍ଗଙ୍କୁ ୧୦ ପ୍ରତିଶତ ରିଜର୍ଭେସନ ମିଳିବ । ଅଲ ଇଣ୍ଡିଆ କୋଟା ସ୍କିମ(AIQ ) ଅନ୍ତର୍ଗତ ମିଳିବ ଏହାର ଲାଭ ।

ପାଖାପାଖି ୫,୫୫୦ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଯୋଜନାର ଲାଭ । MBBS କ୍ଷେତ୍ରରେ ପ୍ରତିବର୍ଷ ୧୫୦୦ ଓବିସି ଓ ୨୫୦୦ ପିଜି ଛାତ୍ରଛାତ୍ରୀ ଲାଭାନ୍ବିତ ହେବେ । ସେହିପରି ପ୍ରତିବର୍ଷ MBBS ରେ ୫୫୦ ଓ ପିଜିରେ ୧୦୦୦ EWS ଛାତ୍ରଛାତ୍ରୀ ପାଇବେ ଏହାର ଲାଭ ।

ସରକାରୀ ମେଡିକାଲ କଲେଜରେ ଥିବା ମୋଟ ସିଟ୍‌ ମଧ୍ୟରୁ ୟୁଜିର ୧୫ ପ୍ରତିଶତ ଓ ପିଜିରେ ୫୦ ପ୍ରତିଶତ ସିଟ୍‌ ଅଲ ଇଣ୍ଡିଆ କୋଟା ଅଧିନରେ ଆସେ । ପୂର୍ବରୁ ହିଁ କେନ୍ଦ୍ର ସରକାର ପଛୁଆ ବର୍ଗ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗଙ୍କୁ ଆରକ୍ଷଣର ଲାଭ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ଏହାକୁ ଲାଗୁ କରିବା ପାଇଁ କିଛି ଦିନ ପୂର୍ବରୁ ସମୀକ୍ଷା ବୈଠକ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଲ ଇଣ୍ଡିଆ କୋଟା ଆଧାରରେ ଓବିସି ଆରକ୍ଷଣ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଖୁବ ଶୀଘ୍ର ଏହାର ସମାଧାନର ରାସ୍ତା ବାହାରି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.