ETV Bharat / bharat

ଜଙ୍ଗଲ ଜମି ବ୍ୟବହାର ଅନୁମତି: ୧୪ଟି ପ୍ରକଳ୍ପ ଦ୍ବାରା ନକ୍ସଲ ପ୍ରଭାବିତ ଅଞ୍ଚଳର ହେବ ବିକାଶ

author img

By

Published : May 8, 2022, 6:01 PM IST

ନକ୍ସଲ ପ୍ରଭାବିତ ରାଜ୍ଯଗୁଡିକରେ ଥିବା ଜଙ୍ଗଲ ଜମିରେ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ଦ୍ରୁତ ବିକାଶ ଲାଗି କେନ୍ଦ୍ରର ଅନୁମୋଦନ । ଏଥିପାଇଁ ଜଙ୍ଗଲ ଭୂମିରେ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ନିୟମରେ ପରିବର୍ତ୍ତନ କରାଯିବା ସହ ୧୪ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛନ୍ତି । ଅଧିକ ପଢନ୍ତୁ

ଜଙ୍ଗଲ ଜମି ବ୍ୟବହାର ଅନୁମତି
ଜଙ୍ଗଲ ଜମି ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ନକ୍ସଲ ପ୍ରଭାବିତ ରାଜ୍ଯ ଗୁଡିକରେ ଥିବା ଜଙ୍ଗଲ ଜମିରେ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ଦ୍ରୁତ ବିକାଶ ଲାଗି କେନ୍ଦ୍ରର ଅନୁମୋଦନ । ଏଥିପାଇଁ ଜଙ୍ଗଲ ଭୂମିରେ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏଥିସହ ୨୦୨୦-୨୧ ବର୍ଷ ପାଇଁ ନକ୍ସଲ ପ୍ରଭାବିତ ରାଜ୍ଯଗୁଡିକରେ ଥିବା ଜଙ୍ଗଲ ଜମିରେ ୧୪ ପ୍ରକାର ପ୍ରକଳ୍ପର ଦ୍ରୁତ ବିକାଶ ଲାଗି ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।

ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ପ୍ରକାଶିତ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ନିୟମରେ ପରିବର୍ତ୍ତନ କରାଯିବା ସହ ୧୪ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛନ୍ତି । ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକରେ ଥିବା ନକ୍ସଲ ଉପଦ୍ରବ ଅଞ୍ଚଳରେ ବିଦ୍ୟାଳୟ, ଡିସପେନସାରୀ, ହସ୍ପିଟାଲ, ଇଲେକ୍‌ଟ୍ରିକାଲ ଏବଂ ଟେଲିଯୋଗାଯୋଗ ଲାଇନ, ପାନୀୟ ଜଳ ପ୍ରକଳ୍ପ, ଜଳ ଓ ବର୍ଷା ଜଳ ସଂରକ୍ଷଣ ସଂରଚନା, କ୍ଷୁଦ୍ର ଜଳସେଚନ କେନାଲ, ଅଣ-ପାରମ୍ପରିକ ଶକ୍ତି ଉତ୍ସ, ଦକ୍ଷତା ଉନ୍ନୟନ ଏବଂ ଧନ୍ଦାମୂଳକ ତାଲିମ କେନ୍ଦ୍ର ସହ ଗ୍ରାମୀଣ ରାସ୍ତା ବିକାଶ ପ୍ରକଳ୍ପ ସାମିଲ ରହିଛି ।

ସେହିଭଳି ପୂର୍ବରୁ ଜଙ୍ଗଲ(ସଂରକ୍ଷଣ) ଅଧିନିୟମ, ୧୯୮୦ର ଧାରା ୨ ଅନୁଯାୟୀ, ୩୧ ଡିସେମ୍ବର ୨୦୨୦ ମସିହା ପର୍ଯ୍ୟନ୍ତ ୫ ହେକ୍ଟର ଜଙ୍ଗଲ ଜମିରେ ବିକାଶ କାର୍ଯ୍ୟ ହେଉଥିବା ବୈଧତାକୁ ପରିବର୍ତ୍ତନ କରି ବର୍ତ୍ତମାନ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୪୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ଜମିର ଡାଇଭର୍ସନ ପାଇଁ ସାଧାରଣ ଅନୁମୋଦନ ହୋଇଛି । ଏଥିସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡକ ଆବଶ୍ୟକତା ଯୋଜନା କାର୍ଯ୍ୟକାରୀ କରିବା(implementing Road Requirement Plan-I) ସହ ବିକାଶ ଲାଗି ଅଧିକ ଗୁରୁତ୍ବ ଦେଇଛି ମନ୍ତ୍ରଣାଳୟ । ଏହା ସହିତ ୨୬ ଫେବୃଆରୀ ୨୦୦୯ ପର ଠାରୁ ୮ଟି ରାଜ୍ୟର ୩୪ଟି ନକ୍ସଲ ପ୍ରଭାବିତ ଜିଲ୍ଲାରେ ସଡକ ଯୋଗାଯୋଗ ସୃଦଢ କରାଯାଇଛି ।

ଏହି ୮ଟି ରାଜ୍ୟ ହେଉଛନ୍ତି, ଆନ୍ଧ୍ରପ୍ରଦେଶ( ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା), ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଏବଂ ଉତ୍ତରପ୍ରଦେଶ । ଏହି ଯୋଜନାରେ ୭୮,୬୭୩ କୋଟି ଟଙ୍କା ମୂଲ୍ୟରେ ୫,୩୬୨ କିଲୋମିଟର ରାସ୍ତା ଏବଂ ଆଠଟି ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସେହିଭଳି ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ୪,୯୮୧ କିଲୋମିଟର ରାସ୍ତା ଓ ୬ଟି ଗୁରୁତ୍ବପୂର୍ଣ୍ଣ ସେତୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହୋଇଛି ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ଏତଦ୍‌ବ୍ୟତୀତ୍‌ ଏହି ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନ ଅଧିନରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡକ ସଂଯୋଗକୁ ସୃଦଢ କରିବା ଲାଗି ୨୮ ଡିସେମ୍ବର ୨୦୧୬ରୁ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ତେବେ ଏହି ଯୋଜନାକୁ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପ୍ରାୟୋଜିତ କରିଥିବା ବେଳେ ଗୃହ ମନ୍ତ୍ରଣାଳୟର ଏହାର କାର୍ଯ୍ୟକାରୀ ଦାୟିତ୍ବ ନେଇଛି । ସେହିପରି ଯୋଜନା ମାଧ୍ଯମରେ ୫,୪୧୨ କିଲୋମିଟର ରାସ୍ତା ଏବଂ ୧୨୬ଟି ନୂତନ ସେତୁ କିମ୍ବା ଏହାର ପୁନଃରୁଦ୍ଧାର ଏବଂ କ୍ରସ୍ ଡ୍ରେନେଜ୍ କାମ ପାଇଁ ୪୪ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଲାଗି ୧୧,୭୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଉପସ୍ଥାପିତ ରିପୋର୍ଟରେ ଦର୍ଶାଯାଇଛି ।

ଅପରପକ୍ଷରେ ଏହି ୧୧,୭୨୫ କୋଟି ଟଙ୍କା ମଧ୍ୟରୁ ୯,୨୬୮ କୋଟି ଟଙ୍କା ରାଜ୍ୟଗୁଡିକ ମଞ୍ଜୁର ହୋଇଥିବା ବେଳେ ୩,୫୦୫ କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି । ଏପଟେ ମାଓ ଉପଦ୍ରବ ଅଞ୍ଚଳରେ ଟେଲି ଯୋଗାଯୋଗ ସମସ୍ଯା ପାଇଁ ମୋବାଇଲ ଟାୱାର ସ୍ଥାପନା ଲାଗି ଯୋଗାଯୋଗ ମନ୍ତ୍ରଣାଳୟର ଟେଲି ଯୋଗାଯୋଗ ବିଭାଗ ଏହି ଯୋଜନାର ଦାୟିତ୍ବ ନେଇଥିବା ମନ୍ତ୍ରଣାଳୟ କହିଛି । ତେବେ ରିପୋର୍ଟ ମୁତାବକ ଫେଜ-୧ରେ ୪,୦୭୨ଟି ମୋବାଇଲ ଟାୱାର ସ୍ଥାପନ ଲାଗି ଯୋଜନା ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨,୩୩୫ଟି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି ।

ସେହିଭଳି ଫେଜ-୨ରେ ଯୋଜନା ଅଧିନରେ ୨,୫୪୨ଟି ମୋବାଇଲ ଟାୱାର ସ୍ଥାପନ ଲାଗି ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି । ଏଥିସହ ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ଲୋକଙ୍କୁ ତାଙ୍କର ପାରମ୍ପରିକ କାର୍ଯ୍ୟ ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ସହିତ ଏଯାବତ୍‌ ୧୦ଟି ମାଓ ଉପଦ୍ରବ ରାଜ୍ୟଙ୍କୁ ୧୬,୨୨,୧୨୮ଟି ପାରମ୍ପରିକ କାର୍ଯ୍ୟ ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟଙ୍କୁ ପ୍ରଦାନ କରାଯାଇଛି ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଓଡିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଟିମବଙ୍ଗ ଏହି ସବୁ ରାଜ୍ୟର ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କୁ ପାରମ୍ପରିକ କାର୍ଯ୍ୟ ପ୍ରଦାନ କରାଯାଇଛି । ଫଳରେ ଏହା ସେମାନଙ୍କ ଜୀବନ ଓ ଜୀବିକାକୁ ବୃଦ୍ଧି କରିବା ସହ ଖାଦ୍ୟ ସୁରକ୍ଷା ଯୋଗାଇବ ଏବଂ ଜଙ୍ଗଲ ଜମିରେ ସେମାନଙ୍କର ଅଧିକାର ରକ୍ଷା କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.