ETV Bharat / bharat

Central Vista: ବିରୋଧୀଙ୍କୁ କେନ୍ଦ୍ରର ଜବାବ - କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ସେଣ୍ଟ୍ରେଲ ଭିଷ୍ଟା ପ୍ରୋଜେକ୍ଟ କାର୍ଯ୍ୟ ଉପରେ କଂଗ୍ରେସର ସମସ୍ତ ଅଭିଯୋଗର ଦସ୍ତାବିଚ ସହିତ ଜବାବ ଦେଉଛି କେନ୍ଦ୍ର । ଅଧିକ ପଢନ୍ତୁ...

Central Vista: ବିରୋଧୀଙ୍କୁ କେନ୍ଦ୍ରର ଜବାବ
Central Vista: ବିରୋଧୀଙ୍କୁ କେନ୍ଦ୍ରର ଜବାବ
author img

By

Published : Jun 6, 2021, 5:10 PM IST

ନୂଆଦିଲ୍ଲୀ: ଜୋରଦାର ବିବାଦ ମଧ୍ୟରେ କ୍ରମାଗତ ଜାରି ରହିଛି ସେଣ୍ଟ୍ରେଲ ଭିଷ୍ଟା ପ୍ରୋଜେକ୍ଟ କାର୍ଯ୍ୟ । ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ପ୍ରୋଜେକ୍ଟକୁ ଗ୍ରୀନ ସିଗନାଲ ମିଳିବା ପରେ ବିରୋଧୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଛନ୍ତି କେନ୍ଦ୍ର ସରକାର । ଏବେ ସରକାର କଂଗ୍ରେସର ସମସ୍ତ ଅଭିଯୋଗର ଦସ୍ତାବିଜ ସହିତ ଜବାବ ଦେଉଛି ।

ରବିବାର ଗୃହ ଓ ସହର ମମନ୍ତ୍ରଣାଳୟ ପକ୍ଷରୁ ପ୍ରୋଜେକ୍ଟକୁ ନେଇ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରଶ୍ନର ଜବାବ ଦିଆଯାଇଛି । ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ଡକ୍ୟୁମେଣ୍ଟ ମଧ୍ୟ ଜାରି କରାଯାଇଛି ।

ବିରୋଧୀଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ, ସେଣ୍ଟ୍ରାଲ ଭିଷ୍ଟା ପୁନଃର୍ବିକାଶ ଯୋଜନାକୁ ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଛି । ସେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ଏହା ବ୍ୟର୍ଥ ପରିଯୋଜନା ନୁହେଁ ବରଂ ଏକ ଆବଶ୍ୟକତା ।

ବିରୋଧୀ ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ କୋଭିଡ 19 ମହାମାରୀ ସମୟରେ ପ୍ରୋଜେକ୍ଟ ଉପରେ 20 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମନ୍ତ୍ରଣାଳୟ ଏହାର ଜବାବ ଦେଇ କହିଛନ୍ତି, ପୁନର୍ବିକାଶ ଯୋଜନାର ପରିକଳ୍ପନା 2019ରେ କରାଯାଇଥିଲା । ସରକାର କହିଛନ୍ତି ଏହି ପ୍ରୋଜେକ୍ଟ 6 ବର୍ଷରେ ପୁରା ହେବ ଓ ବର୍ତ୍ତମାନସୁଦ୍ଧା ଆନୁମାନିକ ଖର୍ଚ୍ଚ 20 ହଜାର କୋଟି ରହିଛି ।

କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଯେ ନୂଆ ସଂସଦ ଭବନ ପାଇଁ 862 କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସେହିପରି ସେଣ୍ଟ୍ରେଲ ଭିଷ୍ଟା ଆଭେନ୍ୟୁ ପାଇଁ ବ୍ୟୟ ଅଟକଳ ରହିଛି 477 କୋଟି ଟଙ୍କା । ଅର୍ଥାତ ମୋଟ ବ୍ୟୟ ଅଟକଳ 1300 କୋଟି ଟଙ୍କା । ବର୍ତ୍ତମାନ ସୁଦ୍ଧା ମାର୍ଚ୍ଚ 2021 ପର୍ଯ୍ୟନ୍ତ 195 କୋଟିର ଖର୍ଚ୍ଚ ଆସିଛି । ସରକାରଙ୍କ ପକ୍ଷରୁ ବଜେଟରେ 137 ପ୍ରତିଶତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷେ କୋରୋନା ଭ୍ୟାକ୍ସିନ ପାଇଁ 35 ହଜର କୋଟି ଟଙ୍କା ଦିଆଯାଇଛି ।

ହରଦୀପ ସିଂହ କହିଛନ୍ତି, 2012ରେ ତତ୍କାଳୀନ ଲୋକସଭା ବାଚସ୍ପତି ମୀରା କୁମାରୀଙ୍କ ସ୍ବତନ୍ତ୍ର କାର୍ଯ୍ୟା ଅଧିକାରୀ ନୂଆ ସଂସଦ ଭବନ ପାଇଁ ସହର ବିକାଶ ସଚିବଙ୍କୁ ଚିଠି ଲେଖିଥିଲେ । ପୂର୍ବ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ମଧ୍ୟ ନୂଆ ଭବନର ପରିକଳ୍ପନା କରିଥିଲେ । ପୁରୀ କହିଛନ୍ତି, 1012ରେ କୁହାଯାଇଥିଲା ଯେ ନୂଆ ସଂସଦ ଭବନର ଆବଶ୍ୟକତା ରହିଛି । ହେଲେ 2021ରେ ସରକାର ଅନ୍ଧବିଶ୍ବାସ ପାଇଁ ନୂଆ ଭବନ ନିର୍ମାଣ କରୁଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.