ETV Bharat / bharat

Mahadev Book: 22 ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

author img

By ETV Bharat Odisha Team

Published : Nov 5, 2023, 10:47 PM IST

2 ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର । ଛତିଶଗଡର ଚର୍ଚ୍ଚିତ ମହାଦେବ ବୁକ ମଧ୍ୟ ବ୍ୟାନ ତାଲିକାରେ ସାମିଲ । ଛତିଶଗଡ ଲିଙ୍କ୍‌ ନେଇ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Mahadev Book: 22 ବେଆଇନ ବେଟିଂ ଆପ - ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ଲିକେସନ ସମେତ 22ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିଷେଧାଦେଶ ଜାରି କରିଛି । ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ପରବର୍ତ୍ତୀ ସମୟରେ ଛତିଶଗଡର ମହାଦେବ ବୁକ୍ ଉପରେ ହୋଇଥିବା ଚଢାଉ ପରେ କେନ୍ଦ୍ର ଏହି ବଡ ପଦକ୍ଷେପ ଗ୍ରହଣ କରିଛି । ଆଉ ଦିନକ ପରେ ଛତିଶଗଡରେ ଭୋଟିଂ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ଆପ ନିଷେଧାଦେଶ ଜାରି କରାଯାଇଛି । ମହାଦେବ ଆପର ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ ସରକାରର ସମ୍ପୃକ୍ତି ଅଭିଯୋଗରେ ତଦନ୍ତ ଜାରି ରହିଛି ।

ଏବେ ମହାଦେବ ବୁକର ମାଲିକ ବର୍ତ୍ତମାନ ଜେଲରେ ଅଛନ୍ତି । ଆର୍ଥିକ ଠକେଇ ଅପରାଧ (PMLA) ର ଧାରା-19 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ କଂଗ୍ରେସ ସରକାରର ଏକାଧିକ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ସମନ ପାଇଛନ୍ତି । କେନ୍ଦ୍ର ଦକ୍ଷତା ବିକାଶ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ‘‘ଆଇଟି ଆକ୍ଟର ଧାରା 69-A ଅନୁଯାୟୀ ୱେବସାଇଟ କିମ୍ବା ଆପ୍ ବନ୍ଦ କରିବାକୁ ସୁପାରିଶ କରିବାକୁ ଛତିଶଗଡ ସରକାରଙ୍କର ସମ୍ପୂର୍ଣ୍ଣ କ୍ଷମତା ଥିଲା । ତଥାପି ସେମାନେ ସେପରି କରିନଥିଲେ ।’’

ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପ୍ରାୟ ୫ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଅସୀମ ଦାସ ନାମକ ଜଣେ ଏଜେଣ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ସଂସ୍ଥା । ବିଧାନସଭା ନିର୍ବାଚନ ଖର୍ଚ୍ଚ ପାଇଁ ମହାଦେବ ବେଟିଂ ଆପ୍ ଛତିଶଗଡର କଂଗ୍ରେସ ସରକାରକୁ ବିପୁଳ ଟଙ୍କା ପଠାଉଥିବା ଇଡି ଗୁଇନ୍ଦା ବିଭାଗ ମାଧ୍ୟମରେ ସୂଚନା ପାଇଥିଲା । ସୂଚନା ଆଧାରରେ ତଦନ୍ତକାରୀ ଏଜେନ୍ସି ଏକ ହୋଟେଲରେ ଚଢାଉ କରି ଅସୀମ ଦାସ ନାମକ ବ୍ୟକ୍ତିକୁ ଗିରଫ କରିବା ସହ ତା ନିକଟରୁ ପ୍ରାୟ 5 କୋଟି ନଗଦ ଟଙ୍କା ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- Mahadev App betting case: ଇଡି ସ୍କାନରରେ ଭୁପେଶ ବଘେଲ, ବେଟିଂ ଆପଠୁ ୫୦୮ କୋଟି ନେବା ଅଭିଯୋଗ

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟରେ ନିର୍ବାଚନୀ ରାଲିରେ ବଘେଲ ସରକାରକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିବା ସହ ଦୁବାଇ ଲିଙ୍କ ଥିବା କହିଥିଲେ । ଛତିଶଗଡରେ କଂଗ୍ରେସ ମହାଦେବଙ୍କ ନାମକୁ ମଧ୍ଯ ଛାଡିଲା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ମତଦାନର ମାତ୍ର ଦିନକ ପୂର୍ବରୁ କେନ୍ଦ୍ର ସରକାର ଏହି ଚର୍ଚ୍ଚିତ ମହାଦେବ ବେଟିଂ ଆପ ସମେତ 22ଟି ଆପ୍ଲିକେସନ ଓ ଓ୍ବେବସାଇଟକୁ ବ୍ୟାନ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.