ETV Bharat / bharat

Agnipath violence: ମିଥ୍ୟା ଖବର ସ୍ପ୍ପ୍ରେଡ ଯୋଗୁ 35 ହ୍ବାଟ୍ସଆପ ଗ୍ରୁପ ବ୍ୟାନ କଲା କେନ୍ଦ୍ର

author img

By

Published : Jun 19, 2022, 9:58 PM IST

ଅଗ୍ନିପଥ ଯୋଜନାକୁ ବିରୋଧବେଳେ ଦେଖିବାକୁ ମିଳିଥିବା ହିଂସା ପଛରେ ରହିଛି ହ୍ବାଟ୍ସଆପ ଗ୍ରୁପ । ମିଥ୍ୟା ତଥା ବିଭ୍ରାନ୍ତିକର ସୂଚନା ପ୍ରସାର ଅଭିଯୋଗରେ 35 ହ୍ବାଟ୍ସଆପ ଗ୍ରୁପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Agnipath violence :ମିଥ୍ୟା ଖବର ସ୍ପ୍ପ୍ରେଡ ଯୋଗୁ 35 ହ୍ବାଟ୍ସଆପ ଗ୍ରୁପ ବ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନା ନେଇ ମିଥ୍ୟା ତଥା ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିବା ଓ ହିଂସା ସୃଷ୍ଟିକାରୀ ଅବସ୍ଥା ସୃଷ୍ଟିି କରିବା ପଛରେ ହ୍ବାଟ୍ସଆପ ଗ୍ରୁପର ଭୂମିକା ରହିଛି । ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ 35 ଟି ହ୍ବାଟ୍ସଆପ ଗ୍ରୁପକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ତଦନ୍ତ ପରେ ପ୍ରଥମେ କୋଚିଂ ସେଣ୍ଟରର ଭୂମିକା ଓ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପର ଏପରି ବ୍ୟବହାର ସାମ୍ନାକୁ ଆସିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

  • 35 WhatsApp groups banned for spreading fake news on Agnipath scheme: Govt sources

    — Press Trust of India (@PTI_News) June 19, 2022 " class="align-text-top noRightClick twitterSection" data=" ">

କେବଳ ହ୍ବାଟ୍ସଆପ ଗ୍ରୁପ ନୁହେଁ ବରଂ ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା 10 ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅନ୍ୟପଟେ ଏହି ଯୋଜନା ନେଇ ବର୍ତ୍ତମାନ ଅନେକ ଭୁଲ ତଥ୍ୟ ଓ ଉଦ୍ଦେଶ୍ୟମୂଳକ ବିଭ୍ରାନ୍ତିକର କଣ୍ଟେଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା ଯୁବପିଢିଙ୍କ ମନରେ ଏହି ଯୋଜନାକୁ ନେଇ ଭ୍ରମ ସୃଷ୍ଟି କରୁଛି । ଏହାକୁ ପ୍ରତିହତ କରିବା ପାଇଁ ପ୍ରେସ ଇନଫରମେସନ ବ୍ୟୁରୋ ମଧ୍ୟ ଏହିସବୁ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ।

ପ୍ରଥମେ ସେନାରେ ଭର୍ତ୍ତି ପାଇଁ କୋଚିଂ ଦେଉଥିବା କିଛି ସଂସ୍ଥା ଆଶାୟୀ ପ୍ରାର୍ଥୀଙ୍କ ମନରେ ଯୋଜନା ନେଇ ଭୁଲ ଧାରଣା ସୃଷ୍ଟି କରିଥିବା ଜଣାପଡିଥିଲା । ବିହାର ଓ ତେଲେଙ୍ଗାନାରେ କିଛି କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସବୁ ସଂସ୍ଥା ହ୍ବାଟ୍ସଆପ ଗ୍ରୁପ ଯୋଗେ ଏପରି ଭିତ୍ତିହୀନ ତଥା ମିଥ୍ୟା ଖବର ସ୍ପ୍ରେଡ କରି ହିଂସାକୁ ପ୍ରୋତ୍ସାହନ ଦେଇଛନ୍ତି । ହିଂସା ପରେ ଗିରଫ ହୋଇଥିବା କିଛି ଛାତ୍ରଙ୍କ ମୋବାଇଲରୁ ଏହି ବାର୍ତ୍ତାଳାପ ନେଇ ସୂଚନା ମିଳିବା ପରେ ପୋଲିସ ଏହି ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.