ETV Bharat / bharat

Manipur Horror Video: CBIକୁ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

author img

By

Published : Jul 27, 2023, 8:33 PM IST

ମଣିପୁର ଭାଇରାଲ ଭିଡିଓ ମାମଲାରେ CBIକୁ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ମାମଲାର ଶୁଣାଣି ମଧ୍ୟ ମଣିପୁର ପରିବର୍ତ୍ତେ ଅନ୍ୟ ରାଜ୍ୟରେ କରିବା ପାଇଁ କେନ୍ଦ୍ର ଦାଖଲ କରିବ ସତ୍ୟପାଠ । ଅଧିକ ପଢନ୍ତୁ

Manipur Horror Video: CBIକୁ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର
Manipur Horror Video: CBIକୁ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ମଣିପୁର ହିଂସା ସମୟରେ ଦୁଇ ଆଦିବାସୀ ଯୁବତୀଙ୍କୁ ଉଲଗ୍ନ କରି ସଂଘବଦ୍ଧ ଯୌନ ନିର୍ଯାତନାର ଭାଇରାଲ ହୋଇଥିବା ଭିଡିଓ ମାମଲାରେ ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ସେହିପରି ଏହି ମାମଲାର ଶୁଣାଣି ମଧ୍ୟ ମଣିପୁର ବାହାରେ କୌଣସି ଭିନ୍ନ ରାଜ୍ୟରେ କରିବା ପାଇଁ କେନ୍ଦ୍ର ସତ୍ୟପାଠ ଦାଖଲ କରିବ । ଆସାମରେ ମାମଲାର ଶୁଣାଣି କରିବା ପାଇଁ କେନ୍ଦ୍ର ସତ୍ୟପାଠରେ ପ୍ରସ୍ତାବ ରଖିପାରେ ବୋଲି ଅନୁମାନ କରାଯାଉଛି ।

  • Centre will also file an affidavit in Supreme Court requesting the the trial of viral video case to take place outside Manipur https://t.co/J5vl6HICei

    — ANI (@ANI) July 27, 2023 " class="align-text-top noRightClick twitterSection" data=" ">

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି 19 ତାରିଖରେ ଏହି ଭିଡିଓଟି ସାମ୍ନାକୁ ଆସିଥିଲା । ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । 20 ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ମଧ୍ୟ ଅଚଳାବସ୍ଥା ଲାଗିରହିଛି । ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ପ୍ରତିବାଦ ଓ ଧାରଣା ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ସରକାର ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ କହିସାରିଥିଲେ ସୁଦ୍ଧା ତାହା ବିରୋଧୀଙ୍କୁ ଏପର୍ଯ୍ୟନ୍ତ ସନ୍ତୁଷ୍ଟ କରିପାରିନାହିଁ ।

ମଣିପୁର କାଣ୍ଡରେ ଏପର୍ଯ୍ୟନ୍ତ 5ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମସ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇ ଜେରା ଜାରି ରଖିଛି । ହେଲେ ଏହି ମାମଲାର ତଦନ୍ତ ଏବେ ରାଜ୍ୟ ପୋଲିସ ପରିବର୍ତ୍ତେ ସିବିଆଇ କରିବ । ସେହିପରି ଘଟଣାର ନ୍ୟାୟିକ ପ୍ରକ୍ରିୟା ମଧ୍ୟ ମଣିପୁର ବାହାରେ କୌଣସି ପଡ଼ୋଶୀ ରାଜ୍ୟରେ ହେବ । ଘଟଣାଟି ମେ’ ମାସ 4 ତାରିଖରେ ଘଟିଥିବା ବେଳେ ଚଳିତ ମାସ(ଜୁଲାଇ) 19 ତାରିଖରେ ଭିଡିଓ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଥିଲା । ଠିକ ତାର ପରଦିନ 20 ତାରିଖରେ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ଏବେ ଏହାକୁ ନେଇ ବିରୋଧୀ ସଂସଦ ଅଚଳ କରିଦେଇଥିବା ବେଳେ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଟିମ୍‌ ମଧ୍ୟ 29 ଓ 30 ତାରିଖ ଦୁଇ ଦିନ ମଣିପୁର ଗସ୍ତରେ ବାହାରିଛି । ସେମାନେ ରାଜ୍ୟରେ ସ୍ଥିତି ମସୀକ୍ଷା କରିବା ସହ ରିଲିଫ୍‌ କ୍ୟାମ୍ପରେ ହିଂସା ପ୍ରଭାବିତଙ୍କୁ ଭେଟି ଆଲୋଚନା କରିବେ । ପରେ ସେମାନେ ରାଜ୍ୟପାଳଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.