ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ହେଲେ ଆଇଏଏସ ଅଧିକାରୀ ବିକ୍ରମ ଦେବ ଦତ୍ତ । କ୍ୟାବିନେଟ ନିଯୁକ୍ତି କମିଟି ବିକ୍ରମ ଦେବ ଦତ୍ତଙ୍କୁ ଡିଜିସିଏର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ଏକ ନିର୍ଦ୍ଦେଶ ନାମାରେ କୁହାଯାଇଛି । 1993 ବ୍ୟାଚ ଆଇଏଏସ ଅଧିକାରୀ ବିକ୍ରମ ଦେବ ଦତ୍ତ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡରେ ସିଏମଡି ଭାବରେ କାର୍ଯ୍ୟ କରିଛନ୍ତି । ଆଇଏଏସ ଅରୁଣ କୁମାରଙ୍କ ଅବସର ପରେ ସେ ଆସନ୍ତା ଫେବୃୟାରୀ ୨୮ ତାରିଖରେ ଡିଜିସିଏ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ ।
ଏହା ମଧ୍ୟ ପଢନ୍ତୁ-Tripura Assembly Election: ଏକାକୀ ଲଢିବ TMC, ପ୍ରଚାର କରିବେ ମମତା ବାନାର୍ଜୀ
ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, '' ବିକ୍ରମ ଦତ୍ତଙ୍କ ନିଯୁକ୍ତି ଭାରତ ସରକାରଙ୍କ ଅତିରିକ୍ତ ସଚିବଙ୍କ ପଦବୀ ଓ ବେତନରେ ହେବ । ସେ ଆସନ୍ତା ଫେବୃଆରୀ 28 ତାରିଖରେ ଅରୁଣ କୁମାରଙ୍କ ଅବସର ପରେ ଦାୟିତ୍ବ ଗ୍ରହଣ କରିବେ । 1989 ବ୍ୟାଚ ଆଇଏଏସ ଅଧିକାରୀ ଅରୁଣ କୁମାର, ଜୁଲାଇ 2019 ଠାରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଥିଲେ । ଦୀର୍ଘ ଚାରି ବର୍ଷ ପରେ ସେ ଅବସର ନେବା ପରେ ତାଙ୍କ ସ୍ଥାନରେ ଆଇଏଏସ ଅଧିକାରୀ ବିକ୍ରମ ଦେବ ଦତ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଏହାପୂର୍ବରୁ ଦତ୍ତ ଏୟାର ଇଣ୍ଡିଆର ସିଏମଡି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଗତବର୍ଷ ଜାନୁଆରୀରେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡ ସାହିବଗଞ୍ଜରେ ଗଙ୍ଗା ବିଳାସ କ୍ରୁଜ: ବିଦେଶୀ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ
ନିର୍ଦ୍ଦେଶ ଅନୁଯାୟୀ, ''ଏସିସି ଶନିବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ଆରତି ଭଟନଗରଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛି । ସେହିପରି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ଅମରଦୀପ ସିଂ ଭାଟିଆ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅତିରିକ୍ତ ସଚିବ ଭାବରେ ଆଲୋକ ଏବଂ ସତ୍ୟେନ୍ଦ୍ର ପାଲ ସିଂଙ୍କୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯିବା ନେଇ ଅନୁମୋଦନ କରାଯାଇଛି ।
ଏସିସି ଏକ ବର୍ଷ ପାଇଁ କ୍ୟାବିନେଟ ସଚିବାଳୟର ଅତିରିକ୍ତ ସଚିବ ଆଶୁତୋଷ ଜିନ୍ଦଲଙ୍କ କେନ୍ଦ୍ରୀୟ ଡେପୁଟେସନ୍ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିଛି । ଏହା ଚଳିତ ବର୍ଷ ଫେବୃଆରୀରେ ଶେଷ ହେବାକୁ ଥିବା ବେଳେ ଏହାକୁ 2024 ଫେବୃଆରୀ 2 ତାରିଖ କରାଯାଇଛି ।