ETV Bharat / bharat

ତଉକତେ: କେରଳ-ତାମିଲନାଡୁରେ ବନ୍ୟା ପରିସ୍ଥିତି ଆଶଙ୍କା - ତାମିଲନାଡୁରେ ଭୟଙ୍କର ବନ୍ୟା ପରିସ୍ଥିତି

ବାତ୍ୟା ତଉକତେ ପ୍ରଭାବରୁ କେରଳ ଓ ତାମିଲନାଡୁରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରିଛି କେନ୍ଦ୍ରୀୟ ଜଳ ଆୟୋଗ । ଅଧିକ ପଢନ୍ତୁ...

ବାତ୍ୟା ତଉକତେ: କେରଳ-ତାମିଲନାଡୁରେ ଭୟଙ୍କର ବନ୍ୟା ପରିସ୍ଥିତି ଆଶଙ୍କା

author img

By

Published : May 15, 2021, 11:54 AM IST

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ଆରବ ସାଗରୀୟ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ । ଏହା ଧୀରେ ଧୀରେ ଭାରତର ପଶ୍ଚିମ ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ କେନ୍ଦ୍ରୀୟ ଜଳ ଆୟୋଗ କେରଳ ଓ ତାମିଲନାଡୁକୁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରିଛି । ବାତ୍ୟା ପ୍ରଭାବରେ ଏହି 2ଟି ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି ।

ଶନିବାର ସକାଳ 8ଟା ସୁଦ୍ଧା କେରଳରେ ମନିମାଲା ଓ ଆକାନକୋଭିଲ ଏବଂ ତାମିଲନାଡୁର କୋଦାଇୟାର ନଦୀରେ ଭୟଙ୍କର ସ୍ଥିତିରେ ରହିଛି । ଏଥିରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ଗତ ଶୁକ୍ରବାର ରାତିରେ ଲାକ୍ଷାଦ୍ବୀପ ନିକଟସ୍ଥ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା 12 ଘଣ୍ଟା ତଥା ଶନିବାର ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଥିଲା । ଏହି ବାତ୍ୟା ଦ୍ବାରା କେରଳ, କର୍ଣ୍ଣାଟକ, ଲାକ୍ଷାଦ୍ବୀପ, ଗୋଆ ଓ ମହାରାଷ୍ଟ୍ର ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି ।

ଆସନ୍ତା ମେ 18 ତାରିଖରେ ବାତ୍ୟା ଗୁଜୁରାଟ ଉପକୂଳକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉଦ୍ଧାରକାର୍ଯ୍ୟ ପାଇଁ NDRF ଟିମ ପ୍ରସ୍ତୁତ ରହିଥିବା ଶୁକ୍ରବାର କହିଛି । ବାତ୍ୟାରେ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ 53ଟି ପ୍ରସ୍ତୁତ ରହିଥିବା ବେଳେ 24 ଟିମକୁ ଆଗୁଆ ପ୍ରଭାବିତ ଅଞ୍ଚଳକୁ ପଠାଯାଇ ସାରିଥିବା ବେଳେ 29 ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ବାତ୍ୟା ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । କେରଳର 5ଟି ଜିଲ୍ଲା ଥିରୁଅନନ୍ତପୁରମ, କୋଲ୍ଲାମ, ପଥନାମଥିତ୍ତା, ଅଲାପୁଝା ଓ ଏର୍ଣ୍ଣାକୁଲମକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଆସନ୍ତାକାଲି(ରବିବାର) ବାତ୍ୟା ପ୍ରଭାବରୁ କେରଳରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.