ETV Bharat / bharat

ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

author img

By

Published : Jan 19, 2022, 7:02 AM IST

ଦେଶରେ କୂଳ ଲଙ୍ଘିବାରେ ଚାଲିଛି ମହାମାରୀ। ଗତ କିଛିଦିନ ମଧ୍ୟରେ ସଂକ୍ରମଣ ପିକକୁ ଛୁଇଁଛି। ଏନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ

central govt ordered to states and union territories to increase covid testing
ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୂଳ ଲଙ୍ଘିବାରେ ଚାଲିଛି ମହାମାରୀ। ଗତ କିଛିଦିନ ମଧ୍ୟରେ ସଂକ୍ରମଣ ପିକକୁ ଛୁଇଁଛି। ଏନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଟେଷ୍ଟିଂ ବଢ଼ାଇବା ଦ୍ବାରା ରୋଗୀଙ୍କ ସଂଖ୍ୟା ଓ ରାଜ୍ୟରେ କୋଭିଡ ସ୍ଥିତି ଜଣାପଡ଼ିବ । ଯାହା ଫଳରେ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ସୋମବାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି, ଯେଉଁ ସବୁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେହି ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରାଯାଉ। ଯାହା ଫଳରେ ହୁ ହୁ ହୋଇ ବଢ଼ିଚାଲୁଥିବା ସଂକ୍ରମଣ ଚେନକୁ ରଣନୀତି ଉପାୟରେ ରୋକା ଯାଇପାରିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ବଢୁଥିବା ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଆଇସିଏମଆର ସୂଚନା ଅନୁସାରେ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟେଷ୍ଟିଂ ସଂଖ୍ୟା ହ୍ରାସ ପାଇଛି। ତେଣୁ ସେହି ସବୁ ଅଞ୍ଚଳରେ ଟେଷ୍ଟିଂକୁ ତ୍ବରାନ୍ବିତ କରି ସଂକ୍ରମିତଙ୍କୁ ଚିହ୍ନଟ କରାଯାଉ। ଏବଂ ଚିକିତ୍ସାକୁ ବ୍ୟାପକ କରାଯାଉ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.