ETV Bharat / bharat

Land for job scam: ଲାଲୁଙ୍କ ସମେତ 3ଜଣଙ୍କ ବିରୋଧରେ ଆରମ୍ଭ ହେବ CBI ଆକ୍ସନ !

author img

By ETV Bharat Odisha Team

Published : Sep 12, 2023, 9:36 PM IST

ବହୁଚର୍ଚ୍ଚିତ ‘ଲ୍ୟାଣ୍ଡ ଫର ଜବ ସ୍କାମ’ ମାମଲାରେ ଲାଲୁଙ୍କ ସମେତ 3 ଜଣଙ୍କ ବିରୋଧରେ CBI କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଅନୁମତି । ଆଜି ରାଉଜ ଆଭିନ୍ୟୁ କୋର୍ଟକୁ ଅବଗତ କରିଲା ସିବିଆଇ । ଅଧିକ ପଢନ୍ତୁ

land for job scam: ଲାଲୁଙ୍କ ସମେତ 3 ଜଣଙ୍କ ବିରୋଧରେ CBI କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ଲ୍ୟାଣ୍ଡ ଫର ଜବ ସ୍କାମ’ ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମେତ 3 ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ CBIକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଜି (ମଙ୍ଗଳବାର) ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କୋର୍ଟକୁ ଏହି କେନ୍ଦ୍ରୀୟ ଅନୁମତି ସମ୍ପର୍କରେ ଅବଗତ କରିଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗୃହ ମନ୍ତ୍ରଣାଳୟର ଅନୁମତି ମିଳିଯିବା ନେଇ ମଧ୍ୟ ସିବିଆଇ ଆଶାବାଦୀ ଥିବା କୋର୍ଟଙ୍କୁ କହିଛି ।

ଲାଲୁ ଯାଦବ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ନୂତନ ଚାର୍ଜସିଟ ଆଧାରରେ ମାମଲାର ତଦନ୍ତ ଆଗକୁ ବଢାଇବା ନେଇ କେନ୍ଦ୍ର ସିବିଆଇକୁ ଏହି ଅନୁମତି ଦେଇଛି । ସେହିଭଳି ମାମଲାର ଅନ୍ୟତମ ଅଭିଯୁକ୍ତ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ ନେଇ କୋର୍ଟ ପରବର୍ତ୍ତୀ ତାରିଖରେ ବିଚାର କରିବେ । ଏହା ସହିତ ସେପ୍ଟେମ୍ବର 21 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିବାକୁ ସ୍ୱତନ୍ତ୍ର ସିବିଆଇ ବିଚାରପତି ଗୀତାଞ୍ଜଳି ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ, ଜୁଲାଇ 3 ତାରିଖରେ ଏହି ବହୁଚର୍ଚ୍ଚିତ ରେଳବାଇ ଚାକିରି ଘୋଟାଲା ମାମଲାରେ ଦାଖଲ ହୋଇଥିବା ନୂତନ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଏହା ପୂର୍ବରୁ ଲାଲୁ ଯାଦବ, ପତ୍ନୀ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ସମେତ ଅନ୍ୟମାନେ ଚାର୍ଜସିଟରେ ଅଭିଯୁକ୍ତ ଭାବେ ରହିଛନ୍ତି । ଏହି ମାମଲାରେ ଲାଲୁ, ରାବିଡି ଓ ତାଙ୍କ ସାଂସଦ ଝିଅ ମିଶା ଭାରତୀ ଏବେ ଜାମିନରେ ଅଛନ୍ତି । ଏହାପୂର୍ବରୁ ଜୁଲାଇ 12 ତାରିଖରେ ହୋଇଥିବା ଶୁଣାଣିରେ ସିବିଆଇ କୋର୍ଟଙ୍କୁ ସୂଚନା ଦେଇଥିଲା ଯେ, ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ କିଛି ରେଳ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ନେଇ କେନ୍ଦ୍ରର ଅନୁମୋଦନ ପାଇବାକୁ ପ୍ରାୟ ଏକ ମାସ ସମୟ ଲାଗିବ ।

ଏହା ମଧ୍ୟ ପଢନ୍ତୁ:-Manipur: ପୁଣି ହିଂସା, ଦଙ୍ଗାକାରୀଙ୍କ ଗୁଳିରେ 3ମୃତ

-

କ'ଣ ଏହି ଲ୍ୟାଣ୍ଡ ଫର ଜବ ସ୍କାମ:-

ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏଁ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିଲେ । ସେହି ସମୟରେ ସେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ବହୁ ଆଶାୟୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇକୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିବା ବେଳେ ସମନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଯାଇଥିଲେ ତେଜସ୍ବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.