ETV Bharat / bharat

PMGKP: ସମ୍ମୁଖ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବୀମା ଅବଧି ୬ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

author img

By

Published : Apr 19, 2022, 3:55 PM IST

କୋଭିଡ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି କଲେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ପ୍ୟାକେଜ ଅଧିନରେ COVID ସମୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବୀମା ଅବଧି ଅଧିକ ୬ ମାସ ଅର୍ଥାତ ୧୮୦ ଦିନ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ପ୍ୟାକେଜ, ୧୮୦ଦିନକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ ସେବାରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି । ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ପ୍ୟାକେଜ ଅଧିନରେ COVID ସମୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବଧି ଅଧିକ ୬ ମାସ ଅର୍ଥାତ ୧୮୦ ଦିନ ବୃଦ୍ଧି କରାଯାଇଥିବା ନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଏହି ବୀମା କେବଳ କୋଭିଡ ରୋଗୀଙ୍କୁ ସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ଯକର୍ମୀ ପାଇ ପାରିବେ ବୋଲି କୁହାଯାଇଛି । କୋଭିଡକୁ ହରାଇବା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ଲଢୁଥିବା ସ୍ବାସ୍ଥ୍ଯକର୍ମୀଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଏହି ବୀମା ସମୟ ଅବଧିକୁ ବୃଦ୍ଧି କରିଛନ୍ତି । ନିଷ୍ପତି ନେଇ ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରାଇବାକୁ ଯୋଜନା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିରକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଯୋଗେଁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ପ୍ୟାକେଜ ସ୍ବାସ୍ଥ୍ୟବୀମା(PMGKP) ଗତ ବର୍ଷ ମାର୍ଚ୍ଚ ୩୦ରେ ଆରମ୍ଭ କରାଯାଇଥିଲା । ସରକାରୀ ସ୍ୱାସ୍ଥ୍ୟକର୍ମୀ ତଥା ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଶାଇ ପ୍ରାୟ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ କରିବା ପାଇଁ ଏହି ସ୍ବାସ୍ଥ୍ୟବୀମା ପ୍ୟାକେଜ ଲଞ୍ଚ କରାଯାଇଥିଲା । ନିଜ ଜୀବନକୁ ବିପଦରେ ପକାଇ COVID-୧୯ ରୋଗୀଙ୍କ ସିଧା ସଂପର୍କରେ ଆସି ସେବା କରୁଥିବାରୁ ସରକାର ଏହି ନିଷ୍ପତି ନେଇଥିଲେ ।

ଏହି ବୀମା ଯୋଜନା ଲାଗୁ ହେବା ପରେ ୧୯୦୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବୀମା ରାଶି ପାଇବା ଲାଗି ଅନେକ ପରିବାର ପକ୍ଷରୁ ମଧ୍ୟ ଆବେଦନ କରାଯାଇଛି । ଏଥିସହ କୋଭିଡ ଡ୍ୟୁଟି ଯୋଗୁଁ ମୃତ୍ୟୁ ହୋଇଥିବା ପରିବାରକୁ ଆର୍ଥିକ ସହୟତା ରାଶି ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

IANS

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.