ETV Bharat / bharat

Parkash Singh Badal Demise: 2 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଗୁରୁବାର ଶେଷକୃତ୍ୟ

ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଘୋଷଣା କଲେ 2 ଦିନିଆ ରାଷ୍ଟ୍ରୀୟ ଶୋକ । ଏହାସହ ପଞ୍ଜାବରେ ଛୁଟି ଘୋଷଣା । ଅଧିକ ପଢନ୍ତୁ

Parkash Singh Badal demise: 2 ଦିନିଆ ରାଷ୍ଚ୍ରୀୟ ଶୋକ ଘୋଷଣା କଲା କେନ୍ଦ୍ର, କାଲି ଶେଷକୃତ୍ୟ

author img

By

Published : Apr 25, 2023, 11:00 PM IST

Updated : Apr 26, 2023, 9:18 AM IST

ହାଇଦ୍ରାବାଦ: ଶିରୋମଣୀ ଅକାଳୀ ଦଳ ପ୍ରତିଷ୍ଠାତା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଗତକାଲି (ମଙ୍ଗଳବାର) ମୋହାଲିର ଏକ ଘରୋଇ ହସ୍ପିଟାଲର ସେ ଚିକିତ୍ସାଧୀନ ଅବସ୍ଥାରେ 95 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Parkash Singh Badal Passes Away: 95 ବର୍ଷରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଗତକାଲି(ମଙ୍ଗଳବାର) ବିଳମ୍ବିତ ସଂଧ୍ୟାରେ 95 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିକଟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗତ ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ପୂର୍ବରୁ ସେ ଅସୁସ୍ଥ ଥିବା ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଆଶୁଆରୋଗ୍ୟ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ତଦାରଖ କରିଥିଲେ । ଶିରୋମଣୀ ଅକାଳି ଦଳର ପ୍ରତିଷ୍ଠାତା ବାଦଲ ପଞ୍ଜାବ ରାଜନୀତିର ଜଣେ ଭେଟେରାନ ଚେହେରା ଥିଲେ । ସେ 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତାଙ୍କ ବିୟୋଗ ଖବର ପାଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେଇଛନ୍ତି । ଆସନ୍ତାକାଲି( 27 ଏପ୍ରିଲ) ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏହାସହ ପଞ୍ଜାବରେ ଦିନିକିଆ ଛୁଟି ଘୋଷଣା କରାଯାଇଛି । ଦୋକାନ ବଜାର, ସମସ୍ତ କାର୍ଯ୍ୟାଳୟ ପ୍ରମୁଖ ବନ୍ଦ ରହିବ ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦେହାନ୍ତରେ ଏକାଧିକ ଟ୍ବିଟ କରି ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ତାଙ୍କ ରାଜନୈତିକ ଜୀବନରେ ବାଦଲଙ୍କ ଠାରୁ ବେଶ କିଛି ଶିକ୍ଷା ଲାଭ କରିବାର ଅବସର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ବାଦଲକଙ୍କ ସହ ସାକ୍ଷାତର ଏକାଧିକ ଫଟୋ ମଧ୍ୟ ଟ୍ବିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2023, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.