ନୂଆଦିଲ୍ଲୀ: ମହାମାରୀ କୋରୋନା କାଳରେ ପୂର୍ବରୁ ହିଁ ଆର୍ଥିକ ସଙ୍କଟର ସାମ୍ନା କରିଆସୁଥିବା ସାଧାରଣ ଜନତାଙ୍କୁ ଝଟକା । ଆର୍ଥିକ ବର୍ଷ 2021-22ରେ ସ୍ବଳ୍ପ ସଞ୍ଚୟ ଯୋଜନା ସମେତ ଅନେକ କ୍ଷେତ୍ରରେ ସୁଧ ହ୍ରାସ କରିଛନ୍ତି କେନ୍ଦ୍ର ସରକାର ।
ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧ ହାରକୁ 4 ପ୍ରତିଶତରୁ 3.5 ପ୍ରତିଶତକୁ ହ୍ରାସ କରିଛି କେନ୍ଦ୍ର ସରକାର। ନୂତନ ସୁଧହାର ଏପ୍ରିଲ ପହିଲାରୁ ଲାଗୁ ହେବ । ଏପ୍ରିଲ ୧ରୁ ପ୍ରଥମ ତ୍ରୈମାସିକ ପାଇଁ ଲାଗୁ ହେବ ସଂଶୋଧିତ ସୁଧ ହାର
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍ (ପିପିଏଫ)ରେ ବଡ କାଣ୍ଟଛାଣ୍ଟ କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ବର୍ତ୍ତମାନ ପିପିଏଫ ଉପରେ ବାର୍ଷିକ ସୁଧ 7 ପ୍ରତିଶତରୁ 6.4 ପ୍ରତିଶତକୁ ଖସି ଆସିଛି ।
47 ବର୍ଷ ପରେ ପ୍ରଥମ ଥର ପାଇଁ ସରକାର ପିପିଏଫ ଉପରେ କମ୍ ସୁଧ ଦେବେ । ଏହା ବ୍ୟତୀତ କେନ୍ଦ୍ର ଏକ ବର୍ଷର ଜମା ଉପରେ ସୁଧକୁ 5.4 ପ୍ରତିଶତରୁ 4.4 ପ୍ରତିଶତକୁ ହ୍ରାସ କରିଛି ।