ETV Bharat / bharat

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର - ପଦ୍ମ ବିଭୁଷଣ ପୁରଷ୍କାର

ଗଣତନ୍ତ୍ର ଦିବସ ପୂର୍ବରୁ 2021 ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଦ୍ମ ଭୂଷଣ ପୁରସ୍କାର ତାଲିକାରେ ମୋଟ 10 ଜଣଙ୍କ ନାମ ରହିଛି । ପଦ୍ମ ବିଭୁଷଣ ପୁରଷ୍କାର ତାଲିକାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ନାମ ମଧ୍ୟ ରହିଛି। ଅଧିକ ପଢନ୍ତୁ...

central government announced list of padma awardee
ପଦ୍ମ ପୁରଷ୍କାର ଘୋଷଣା କଲେ କେନ୍ଦ୍ର ସରକାର
author img

By

Published : Jan 25, 2021, 10:42 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ 2021 ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏହି ପୁରସ୍କାର ତାଲିକାରେ ପଦ୍ମ ବିଭୁଷଣ, ପଦ୍ମ ଭୁଷଣ ଓ ପଦ୍ମଶ୍ରୀ ସମ୍ମାନ ସାମିଲ ରହିଛି। ଚଳିତ ବର୍ଷ ଏହି ତାଲିକାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ନାମ ମଧ୍ୟ ରହିଛି। ତାଙ୍କୁ ପଦ୍ମ ବିଭୁଷଣ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଶିଂଜୋ ଆବେଙ୍କ ସମେତ ମୋଟ 7 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏହି ତାଲିକାରେ ସୂର ସମ୍ରାଟ ବାଲା ସୁବ୍ରମଣିୟମଙ୍କ ନାମ ସହ ଓଡ଼ିଶାର ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନାମ ମଧ୍ୟ ରହିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଦ୍ମ ଭୂଷଣ ପୁରସ୍କାର ତାଲିକାରେ ମୋଟ 10ଜଣଙ୍କ ନାମ ରହିଛି। ଏଥିରେ ପୂର୍ବ ଲୋକସଭା ସ୍ପିକର ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀଙ୍କ ପୂର୍ବ ମୁଖ୍ୟ ସଚିବ ନୃପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶୱାନ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ ଓ ଧର୍ମ ଗୁରୁ କଲଦୀ ସାଦିକଙ୍କ ନାମ ବି ରହିଛି।

ସେହିଭଳି ପଦ୍ମ ଶ୍ରୀ ପୁରସ୍କାର ପାଇଁ ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନା, ବ୍ରିଟିଶ ଚଳଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ ଫାଦର ୱାଲିସ, ପ୍ରଫେସର ଚରଣ ଲାଲ ସପ୍ରୁଙ୍କ ନାମ ତାଲିକଭୁକ୍ତ କରାଯାଇଛି। ମୋଟ 102 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଗଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଉ ଏକ ତାଲିକା ଜାରି କରାଯାଇଛି। ଏଥିରେ ପୋଲିସ ଅଧିକାରୀ, ସୁରକ୍ଷାକର୍ମୀ ଓ ଅନ୍ୟ ବାହାଦୁର ପିଲାଙ୍କୁ ବୀରତା ପାଇଁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର, ବୀରତା ପୁରସ୍କାର, ରାଷ୍ଟ୍ରପତି ପୋଲିସ ପଦକ, ସୁଧାରତ୍ମକ ସେବା ପୁରସ୍କାର, ପ୍ରଧାନମନ୍ତ୍ରୀ ଶିଶୁ ପୁରସ୍କାର ଆଦି ରହିଛି।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.