ETV Bharat / bharat

ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳୁଛି ମସାଜ ସେବା, ରିପୋର୍ଟ ମାଗିଲା କେନ୍ଦ୍ର - ଜେଲରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ଜେଲରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁବିଧା ଦିଆଯାଉଥିବା ଘଟଣାରେ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳ ୟ। ଅଧିକ ପଢ଼ନ୍ତୁ

Center seeks report on facilities to Satyendar Jain in jail
ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯାଉଛି ମାଲିସ, ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ
author img

By

Published : Nov 4, 2022, 1:24 PM IST

ନୂଆଦିଲ୍ଲୀ: ମନି ଲାଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଦିଆଯାଉଥିବା ସୁବିଧା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ରିପୋର୍ଟ ମାଗିଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ପୂର୍ବରୁ ସତ୍ୟେନ୍ଦ୍ର ନିଜ କ୍ଷମତାର ଦୁରୁପଯୋଗ କରି ଜେଲରେ ବିଭିନ୍ନ ସୁବିଧା ପାଉଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ ଜଣାଇଥିଲା । ଇଡି କୋର୍ଟରେ ଏକ ଭିଡ଼ିଓ ଜାରି କରି କହିଥିଲା, ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ ସେବା ଯୋଗାଇ ଦିଆଯାଉଛି। ବିଭିନ୍ନ ସମୟରେ ହେଡ ମସାଜ, ପାଦ ମସାଜ ଏବଂ ବ୍ୟାକ ମସାଜ ଭଳି ସୁବିଧା ଦିଆଯାଉଛି ।

ସତ୍ୟେନ୍ଦ୍ରଙ୍କ ସହ ଜେଲ ଅଧିକ୍ଷକ ମିଶି ଜେଲ ନିୟମର ଉଲ୍ଲଂଘନ କରିଥିବା ଇଡି ଅଭିଯୋଗ କରିଛି । ନିକଟରେ ବିଜେପି ସାଂସଦ ମନୋଜ ତିୱାରି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, "ତିହାର ଜେଲରେ ସେ ନିଜ କ୍ଷମତାର ଦୁରୁପଯୋଗ କରି ସାଥି ଅଭିଯୁକ୍ତ ଏବଂ ସାକ୍ଷୀଙ୍କୁ ଭେଟିଛନ୍ତି । ସେମାନଙ୍କୁ ଜେଲରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଆଉ ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି ।" ଜେଲ କର୍ତ୍ତୃପକ୍ଷଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ବିଜେପି କହିଛି । ତେଣୁ ସମ୍ପୃକ୍ତ ଥିବା ଜେଲ୍‌ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ହସ୍ପିଟାଲରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ଅନ୍ୟପଟେ ବିଜେପି ନେତା ଆଦେଶ ଗୁପ୍ତା କହିଛନ୍ତି, ସତ୍ୟେନ୍ଦ୍ର ଜୈନ ଏବେବି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ରହିଛନ୍ତି । ମେ 30 ତାରିଖରେ ଗିରଫ ହେବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସମେତ ଜେଲ ବିଭାଗ ତାଙ୍କ ଅଧିନରେ ଥିଲା । ତେଣୁ ଜେଲ ଅଧିକାରୀଙ୍କ ସହ ପୂର୍ବରୁ ତାଙ୍କ ସମ୍ପର୍କ ରହିଛି । ଯାହାର ବର୍ତ୍ତମାନ ସେ ଲାଭ ଉଠାଉଛନ୍ତି । ପୂର୍ବରୁ ମଧ୍ୟ ସତ୍ୟେନ୍ଦ୍ର କ୍ଷମତାର ଅପବ୍ୟବହାର କରିଆସୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଇନଥିବା ନେଇ ମନୋଜ ତିୱାରି ପ୍ରଶ୍ନ ଉଠାଇଛନ୍ତି । କେଜ୍ରିୱାଲ ଜାଣିଶୁଣି କ୍ୟାବିନେଟରୁ ହଠାଉନାହାନ୍ତି । ଫଳରେ ସେ ଜେଲରେ ବେଆଇନ ଭାବେ କ୍ଷମତାର ଅପବ୍ୟବହାର କରୁଥିବା ମନୋଜ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.