ନୂଆଦିଲ୍ଲୀ: CDS ବିପିନ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ । ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
-
Govt honours Gen Bipin Rawat with Padma Vibhushan: pic.twitter.com/KZUQQQR7Pp
— All India Radio News (@airnewsalerts) January 25, 2022 " class="align-text-top noRightClick twitterSection" data="
">Govt honours Gen Bipin Rawat with Padma Vibhushan: pic.twitter.com/KZUQQQR7Pp
— All India Radio News (@airnewsalerts) January 25, 2022Govt honours Gen Bipin Rawat with Padma Vibhushan: pic.twitter.com/KZUQQQR7Pp
— All India Radio News (@airnewsalerts) January 25, 2022
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଷ୍ଟ୍ରକୁ ସମ୍ବୋଧନରେ ସିଡିଏସଙ୍କୁ ମନେ ପକାଇଥିଲେ । ଗତ ବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଜେନେରାଲ୍ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୪ ପ୍ରତିରକ୍ଷା ଅଧିକାରୀଙ୍କ ଅକାଳ ବିୟୋଗ ଘଟିଥିଲା । ତାମିଲନାଡୁରେ ୱେଲିଙ୍ଗଟନ୍ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ଅବସରରେ ଏହି ଦୁର୍ଘଟଣା ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ