ETV Bharat / bharat

CDS Bipin Rawatଙ୍କ ମୃତ୍ୟୁ ସନ୍ଦେହ ଜନକ: ସଞ୍ଜୟ ରାଉତ

author img

By

Published : Dec 10, 2021, 3:17 PM IST

ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କେଲ ଶିବସେନା ସାଂସଦ ସଞ୍ଜୟ ରାଉତ । ଅଧିକ ପଢନ୍ତୁ

CDS General Bipin Rawatଙ୍କ ମୃତ୍ୟୁ ସନ୍ଦେହ ଜନକ: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରେ ହେଲିକପ୍ଟର ଦୁର୍ଘଟଣା ନେଇ ସନ୍ଦେହ ପ୍ରକାଶ କେଲ ଶିବସେନା ସାଂସଦ ସଞ୍ଜୟ ରାଉତ । ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ସିଡିଏସ ବିପିନ ରାଓ୍ବତ (CDS General Bipin Rawat death) )ଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଏହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେନେରାଲ ରାଓ୍ବାତ ପାକିସ୍ତାନ ଓ ଚିନ୍ ବିରୋଧରେ ରଣନିତୀ ପ୍ରସ୍ତୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ତେଣୁ ବଡ ଦୁର୍ଘଟଣା ଘଟିବାରୁ ଲୋକମାନଙ୍କ ମନରେ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

ଜେନେରାଲ ରାଓ୍ବାତ ଯାଉଥିବା ହେଲିକପ୍ଟର ୨ଟି ଇଞ୍ଜିନ ଦ୍ବାରା ଚାଳିତ ଏକ ଆଧୁନିକ ହେଲିକପ୍ଟର ଥିଲା । ଆମେ ସଶସ୍ତ୍ର ବାହିନୀକୁ ଆଧୁନିକକରଣ କରିବାକୁ ଦାବି କରୁଥିବା ବେଳେ କିପରି ଏହି ଦୁର୍ଘଟଣା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ସମସ୍ୟଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ଏ ଘଟଣାକୁ ନେଇ ଏବେ ସନ୍ଦହ ଉପୁଜିଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଏହାକୁ ଦୂର କରିବା ଉଚିତ ବୋଲି ଶିବସେନା ସାଂସଦ ସଞ୍ଜୟ କହିଛନ୍ତି । ଜେନେରାଲ ରାଓ୍ବତ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ମହତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ଏଥି ପାଇଁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.