ETV Bharat / bharat

CDS Helicopter Mishap: ବୀରତ୍ବକୁ ମନେପକାଇ ଝୁରୁଛି ଦେଶ, ଝରୁଛି ଲୁହ

author img

By

Published : Dec 8, 2021, 10:08 PM IST

ପ୍ରଥମ ସିଡିଏସଙ୍କୁ ହରାଇ ଦେଶ ସ୍ତବ୍ଦ । ହେଲିକପ୍ଟର କ୍ରାସରେ ବୀର ଯୋଦ୍ଧାଙ୍କୁ ହାରଇଲା ଦେଶ । ସେନାର ନବୀକରଣ ଓ ଶସକ୍ତିକରଣରେ ଥିଲା ବଡ ଭୂମିକା । ଏକାଧିକ ଗୁରୁତ୍ବପୂର୍ଣ୍ଣ ସାମରିକ ମିଶନର ନେଇଥିଲେ ସଫଳ ନେତୃତ୍ବ । ଦେଶ ଓ ବିଶ୍ବରୁ ଶୋକବାର୍ତ୍ତା । ଅଧିକ ପଢନ୍ତୁ

ମୃତ୍ୟୁର ଡେଣାରେ ଚାଲିଗଲେ ଦେଶର ପ୍ରଥମ CDS, ବୀରତ୍ବକୁ ମନେପକାଇ ଝୁରୁଛି ଦେଶ
ମୃତ୍ୟୁର ଡେଣାରେ ଚାଲିଗଲେ ଦେଶର ପ୍ରଥମ CDS, ବୀରତ୍ବକୁ ମନେ ପକାଉଛନ୍ତି ସ୍ତବ୍ଧ ଦେଶବାସୀ

ନୂଆଦିଲ୍ଲୀ: ଦେଶ ତାର ପ୍ରଥମ ସିଡିଏସଙ୍କୁ ହରାଇଲା । କିଛି ସମୟ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ମୃତ୍ୟୁ ହୋଇଥିବା ଔପଚାରିକ ଭାବେ ସୂଚନା ଦେଇଛି ଭାରତୀୟ ବାୟୁସେନା । ପ୍ରଥମେ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସିଡିଏସଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି ଖବର ସାମ୍ନାକୁ ଆସିଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଅଘଟଣାରେ ସିଡିଏସ ଜେନେରାଲ ରାଓ୍ବତ, ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଣେ ପାଇଲଟ ସଂଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ମଧ୍ୟାନ୍ନ ସମୟରେ ଏକ ବାୟୁସେନା ସ୍ବତନ୍ତ୍ର ହେଲିକପ୍ଟର mi-17ରେ ତାମିଲନାଡୁର କନ୍ନୁରସ୍ଥିତ ପ୍ରତିରକ୍ଷା ଏକାଡେମୀ ସୁଲୁରରୁ ଫେରୁଥିଲେ ସିଡିଏସ ଜେନେରାଲ ବିପିନ ରାଓ୍ବତ । ସାଙ୍ଗରେ ଥିଲେ ପତ୍ନୀ ମଧୁଲିକା ଓ ସହକର୍ମୀ ପ୍ରତିରକ୍ଷା ଅଧିକାରୀଙ୍କ ସମେତ ମୋଟ ୧୪ ଜଣ । ତେବେ ସୁଲୁର ପହଞ୍ଚିବା ପେର ସ୍ବତନ୍ତ୍ର ବାୟୁସେନା ବିମାନରେ ଦିଲ୍ଲୀ ଫେରିଥାନ୍ତେ ସିଡିଏସ ଦମ୍ପତି । କନ୍ନୁର ଓ ସୁଲୁର ମଧ୍ୟରେ କ୍ରାସ ହେଲା MI-୧୭ । ଘଟଣା ସମ୍ପର୍କରେ ଜଣା ପଡିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ଦିଲ୍ଲୀରେ ଆରମ୍ଭ ହୋଇଥିଲା ଉଚ୍ଚସ୍ତରୀୟ ବିଚାରବିମର୍ଶ । ପ୍ରତିରକ୍ଷାମନ୍ତ୍ରୀ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବାୟୁସେନା ମୁଖ୍ୟ ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସିଡିଏସଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଭାରୀତୀୟ ବାୟୁସେନା ।

ସେନାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ- ୧୯୭୮ ଡିସେମ୍ବର ୧୬ ତାରିଖରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ରାଓ୍ବତ । ଗୋର୍ଖା ରାଇଫଲର ୫ମ ବାଟାଲିୟନରେ ପ୍ରଥମେ ତାଙ୍କର ଭର୍ତ୍ତି ହୋଇଥିଲା । ପରେ ସେ ଏହି ଗୋର୍ଖା ବାଟାଲିୟନରେ କମାଣ୍ଡିଂ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଅନେକ ବର୍ଷ କାର୍ଯ୍ୟ କରିବା ପରେ ସେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇଥିଲେ । ପରେ ରାଷ୍ଟ୍ରୀୟ ରାଇଫଲର ମଧ୍ୟ ନେତୃତ୍ବ ନେଇଥିଲେ ରାଓ୍ବତ । 1୯୮୭ ରେ 1987 Sino-Indian skirmish ଅପରେସନର ଦାୟିତ୍ବ ନେଇଥିଲା ତାଙ୍କ ନେତୃତ୍ବଧୀନ ବାଟାଲିୟନ । ଚୀନ ସେନାକୁ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶକୁ ପଣ୍ଡ କରିବାରେ ତାଙ୍କର ନେତୃତ୍ବ ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା । ତାଙ୍କ ନତୃତ୍ବରେ ସେନାର ଆଧୁନିକୀକରଣ ହୋଇଥିବାବେଳେ ଏକବିଂଶ ଶତାଦ୍ଦୀ ଅନୁସାରେ ବିଶ୍ବସ୍ତରରେ ସେନା ସ୍ଥାନ ପାଇଥିଲା ।

ଭାରତର ପ୍ରଥମ ସିଡିଏସଙ୍କ ଏପରି ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇପଡିଥିବାବେଳେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣାନା କରିଛନ୍ତି । ସେହିପରି ବିଦେଶୀ ପଡୋଶୀ ରାଷ୍ଟ୍ରମାନେ ମଧ୍ୟ ସିଡିଏସଙ୍କ ଏପରି ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଭାରତକୁ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.