ETV Bharat / bharat

CDS Funeral: ୧୭ ତୋପ ସଲାମୀ ସହ ଯୋଦ୍ଧାଙ୍କୁ ଦିଆଗଲା ଅନ୍ତିମ ବିଦାୟ, ମୁଖାଗ୍ନୀ ଦେଲେ ଦୁଇ ଝିଅ

author img

By

Published : Dec 10, 2021, 5:31 PM IST

Updated : Dec 10, 2021, 5:41 PM IST

ପଞ୍ଚଭୂତରେ ବିଲୀନ ହେଲେ ସିଡିଏସ ବିପିନ ରାୱତ । ୧୭ ତୋପ ସାଲମୀ ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ ଓ ତାଙ୍କ ସ୍ତ୍ରୀଙ୍କୁ ଦିଆଗଲା ଅନ୍ତିମ ବିଦାୟ । ଦୁଇ ଝିଅ ଦେଲେ ମୁଖାଗ୍ନି । ଅଧିକ ପଢନ୍ତୁ

CDS Bipin Rawat Funeral 17 round
୧୭ ତପ ସଲାମୀ ସହ ଯୋଦ୍ଧାଙ୍କୁ ଦିଆଗଲା ଅନ୍ତିମ ବିଦାୟ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ (CDS Bipin Rawat funeral )। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା (Full of state Honor) ସହ ସିଡିଏସ ଜେନରାଲ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଦିଆଗଲା ଅନ୍ତିମ ବିଦାୟ ।

ଦିଲ୍ଲୀ କେଣ୍ଟନମେଣ୍ଟ ସ୍ଥିତ ବ୍ରାର ଶ୍ମଶାନରେ ସେନାର ୧୭ ତୋପ ସାଲମୀ ସହ ଦିଆଗଲା ବିଦାୟ । ତାଙ୍କ ଦୁଇ ଝିଅ ମୁଖାଗ୍ନି ଦେଇଥିଲେ । ତାମିଲନାଡୁର କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଦେଶର ସିଡିଏସ ଜେନରାଲ ଓ ତାଙ୍କ ପତ୍ନୀ ସମେତ ୧୩ ଜଣ ପ୍ରାଣ ହରାଇଥିଲେ ।

ଶୁକ୍ରବାର ସିଡିଏସ ବିପିନ ରାୱତଙ୍କ ଶୋଭାଯାତ୍ରା ବାସଭବନରୁ ଦିଲ୍ଲୀ କେଣ୍ଟନମେଣ୍ଟ ସ୍ଥିତ ବ୍ରାର ଶ୍ମଶାନ ଅଭିମୁଖେ ବାହାରିବା ପରେ ଲୋକାରଣ୍ୟ ହୋଇଥିଲ । ବହୁ ବିଶିଷ୍ଠ ବ୍ୟକ୍ତି ଶେଷ ଦର୍ଶନ ପରେ ଆରମ୍ଭ ହୋଇଥ ଥିଲା ଶୋଭାଯାତ୍ରା। ଅନ୍ତିମ ଶୋଭାଯାତ୍ରା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ତିନି ସେନାର ସେନାଧ୍ୟକ୍ଷ ସମେତ ବହୁ ସେନା ଅଧିକାରା ସାମିଲ ହୋଇଥିଲେ । ଏହା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମୀ ମଧ୍ୟ ସାମିଲ ହୋଇଥିଲେ ।

୧୭ ତୋପ ସଲାମୀ ସହ ଯୋଦ୍ଧାଙ୍କୁ ଦିଆଗଲା ଅନ୍ତିମ ବିଦାୟ, ମୁଖାଗ୍ନୀ ଦେଲେ ଦୁଇ ଝିଅ

ସୂଚନାଥାଉକି ଗତ ବୁଧବାର ଦିନ ତାମିଲନାଡୁର ସୁରୁର ଏୟାର ବେସର ୱେଲିଂଟନ ଏୟାର ଡିଫେନ୍ସ କଲେଜରେ ଯିବାବେଳେ ନୀଳଗିର ଅଞ୍ଚଳରେ ହେଲିକପ୍ଟର Mi 17V5 ଦୁର୍ଘଟଣା ହୋଇଥିଲା ।

ଯେଉଁଥିଲେ ୧୪ ଜଣଙ୍କ ମଧ୍ୟରୁ ସିଡିଏସ ବିପିନ ରାୱତ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଘଟାଣାର ତଦନ୍ତ ପାଇଁ ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂହଙ୍କୁ ଦାୟିତ୍ବ ଦିଆଯାଇଛି । ଦୁର୍ଘଟଣା ସ୍ଥଳରୁ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2021, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.