ETV Bharat / bharat

Sidhu Death Case: ସାମନାକୁ ଆସିଲା ସିସିଟିଭି ଫୁଟେଜ, ୭ ସନ୍ଦିଗ୍ଧ ଚିହ୍ନଟ - ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା । ସିସିଟିଭି ଫୁଟେଜ ଆଧାରରେ ୭ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । ଅଧିକ ପଢନ୍ତୁ

Sidhu Massacre: ସାମନାକୁ ଆସିଲା ସିସିଟିଭି ଫୁଟେଜ, ୭ ସନ୍ଦିଗ୍ଧ ଚିହ୍ନଟ

author img

By

Published : May 31, 2022, 2:15 PM IST

ଚଣ୍ଡିଗଡ଼: ଗତ ରବିବାର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଶରୀରରେ ୨୪ଟି ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ତଦନ୍ତ କରିବା ବେଳେ ସାମନାକୁ ଆସିଛି ସିସିଟିଭି ଫୁଟେଜ । ଏହି ଫୁଟେଜ ଆଧାରରେ ପଞ୍ଜାବ ପୋଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ।

Sidhu Massacre: ସାମନାକୁ ଆସିଲା ସିସିଟିଭି ଫୁଟେଜ, ୭ ସନ୍ଦିଗ୍ଧ ଚିହ୍ନଟ

ଏହି ସିସିଟିଭି ଫୁଟେଜରେ ମାନସା ଜିଲ୍ଲାର ଏକ ଢାବାରେ ୭ ଜଣ ସକାଳ ଭୋଜନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଗ୍ୟାଙ୍ଗ ହତ୍ୟାକାଣ୍ଡ ପଛରେ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କୁରଛି । ଏହାପରେ ଏମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ସେପଟେ ଗତ ସୋମବାର ପଞ୍ଜାବ ପୋଲିସ ଡେରାଡୁନରୁ ୬ ଜଣଙ୍କୁ ଅଟକ ରଖିଛି । ଉତ୍ତରାଖଣ୍ଡ ଓ ପଞ୍ଜାବ STFର ମିଳିତ ଅପରେସନ ଫଳରେ ଅପରାଧୀ ସହ ଜଡ଼ିତ ଅଭିଯୋଗରେ ଏମାନଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି ।

ପଞ୍ଜାବ ପୋଲିସ ସିଦ୍ଧୁଙ୍କ ହତ୍ୟା ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ FIR ଦାଏର କରିଛି । ଏହି ଏଫଆଇଆର IPC ଧାରା ୩୦୨, ୩୦୭ ଓ ୩୪୧ ଆଧାରରେ ଦାଏର ହୋଇଛି । ସୂଚନା ଥାଉ କି ଗତ ରବିବାର ତଥା ମେ ୨୯ ତାରିଖରେ ନିଜ କାରରେ ଘରକୁ ଫେରୁଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨ ଡର୍ଜନ୍‌ ବା ୨୪ଟି ଗୁଳି ବାହାରିଛି । ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଏକାଧିକ କ୍ଷତ ସହିତ ଅଧିକ ରକ୍ତ ବାହାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କହିଛି ଡାକ୍ତରୀ ଟିମ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.