ETV Bharat / bharat

CBSE ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା

ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(CBSE) ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା । ଅଧିକ ପଢନ୍ତୁ...

author img

By

Published : Nov 14, 2021, 3:20 PM IST

CBSE ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା
CBSE ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(CBSE) ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା । ସବଜେକ୍ଟିଭ ଏବଂ ଅବଜେକ୍ଟିଭ ଆଧାରରେ ପରୀକ୍ଷା ଦେବେ ଦଶମ ଓ ଦ୍ବାଦଶ୍ ଶ୍ରେଣୀ ଛାତ୍ରଛାତ୍ରୀ । ତେବେ ଆସନ୍ତା ୧୬ ରୁ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବାବେଳେ ୧୭ ରୁ ଦଶମ ପରୀକ୍ଷା ଆରମ୍ଭ ହେବ ।

ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ଦୁଇଟି ଟର୍ମରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ଦ୍ୱିତୀୟ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ସିବିଏସ୍ଇ ଅନୁଯାୟୀ, ଏଥର ଛାତ୍ରମାନଙ୍କୁ 15 ମିନିଟ୍ ପରିବର୍ତ୍ତେ 20 ମିନିଟ୍ ପଢିବା ସମୟ ଦିଆଯିବ । ପ୍ରଥମ ଟର୍ମରେ ଏକାଧିକ ଅବଜେକ୍ଟିଭ ପ୍ରଶ୍ନ ରହିବ । ଏଥିପାଇଁ ୯୦ ମିନିଟ୍ ଦିଆଯିବ ।

ପ୍ରତ୍ୟେକ ପ୍ରଶ୍ନର ଚାରୋଟି ବିକଳ୍ପ ରହିବ, ଯେଉଁଥିରୁ ପରୀକ୍ଷାର୍ଥୀ ସଠିକ୍ ଉତ୍ତର ଚୟନ କରିବେ । ଯେହେତୁ ପ୍ରତ୍ୟେକ ଉତ୍ତର ସିଟ ସ୍କାନ ହେବ, କୌଣସି ପ୍ରଶ୍ନକୁ ଖାଲି ଛାଡିପାରିବେ ନାହିଁ । ଉତ୍ତର ଦେବାକୁ ଚାହୁଁ ନ ଥିଲେ ମଧ୍ୟ ଗୋଟିଏ ବିକଳ୍ପ ଉପରେ ଗୋଲ୍ ବୁଲାଇବାକୁ ପଡିବ ।

ଶିକ୍ଷାବିତ୍ ପିଏସ କନ୍ଦପାଲ କହିଛନ୍ତି ଯେ, ଏହି ଢାଞ୍ଚାରେ ଅନେକ ପରୀକ୍ଷା କରାଯାଇଛି । ଦଶମ ଶ୍ରେଣୀର ଛାତ୍ର ଦୀପ୍ତି ଶର୍ମା କହିଛନ୍ତି, ପରୀକ୍ଷା ଦୁଇଟି ଢାଞ୍ଚାରେ କରାଯିବା ଭଲ, ଯେଉଁଥିପାଇଁ ସିଲାବସ୍ ମଧ୍ୟ ବିଭାଜିତ ହୋଇଛି । ତେଣୁ ଚାପ ହ୍ରାସ ପାଇବ ନିଶ୍ଚୟ । ନୂତନ ପରୀକ୍ଷା ଢାଞ୍ଚାକୁ ନେଇ କୌତୁହଳ ମଧ୍ୟ ରହିଛି ।

ଏଥର କୋଭିଡ -19 କାରଣରୁ ଛାତ୍ରମାନଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ରରେ ହାଜର ହେବାକୁ ଏକ ବିକଳ୍ପ ଦିଆଯାଇଛି । ପରୀକ୍ଷାର୍ଥୀ ନିଜ ସୁବିଧା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ ବୋଲି ସିବିଏସଇ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.