ETV Bharat / bharat

୨୬ ରୁ CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ - CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା କାର୍ଯ୍ୟସୂଚୀ

CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । 26 ଏପ୍ରିଲରୁ ପରୀକ୍ଷା ଆରମ୍ଭ ନେଇ ବିଜ୍ଞପ୍ତି ଜାରି କଲା ବୋର୍ଡ । ଅଧିକ ପଢନ୍ତୁ

୨୬ ରୁ CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

author img

By

Published : Feb 9, 2022, 8:27 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଦ୍ବିତୀୟ ଟର୍ମ ପରୀକ୍ଷା ନେଇ ବିଜ୍ଞପ୍ତି ଜାରି ହୋଇଛି । ବୋର୍ଡ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 26 ଏପ୍ରିଲରୁ ଆରମ୍ଭ ହେବ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାରିଖ କାର୍ଯ୍ୟସୂଚୀ ଜାରି ହୋଇ ନଥିବା ବେଳେ ଏହା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ । ସେହିପରି ପରୀକ୍ଷା ଅଫଲାଇନ ମୋଡରେ ହେବା ନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

୨୬ ରୁ CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ
୨୬ ରୁ CBSE ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଚୂଡାନ୍ତ ହେବ ଏବଂ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ୱେବସାଇଟ www.cbse.nic.in ରେ ପରବର୍ତ୍ତୀ ସମୟରେ ଏନେଇ ସୂଚନା ପାଇପାରିବେ । ସେହିପରି ସାମାଜିକ ଗଣମାଧ୍ୟରେ ପରୀକ୍ଷା ସମ୍ପର୍କିତ କୌଣସି ତଥ୍ୟ ପ୍ରଘଟ କରାଗଲେ ତାକୁ ବିଶ୍ବାସ ନକରିବା ପାଇଁ ମଧ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ।

ଏଥିସହିତ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ.ସଂୟମ ଭରଦ୍ୱାଜ କହିଛନ୍ତି, ପରୀକ୍ଷା କୋଭିଡ ପ୍ରୋଟୋକଲ ଅନୁପାଳନ ସହ ଅଫଲାଇନରେ ପରୀକ୍ଷା ହେବ । ସେହିପରି ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନପତ୍ର ସମ୍ପର୍କରେ ଭରଦ୍ବାଜ କହିଛନ୍ତି ଯେ, ବୋର୍ଡର ଅଫସିଆଲ ଓ୍ବେବସାଇଟରେ ଉପଲବ୍ଧ ଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ପ୍ରଶ୍ନପତ୍ର ନମୂନା ଢାଞ୍ଚାରେ ଚଳିତ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଆବଶ୍ୟକ ହେଲେ ଛାତ୍ରଛାତ୍ରୀ ଉକ୍ତ ନମୂନାକୁ ଅନୁଧ୍ୟାନକୁ ନେଇପାରନ୍ତି । ନଭେମ୍ବର-ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ କରିଥିଲା ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.