ETV Bharat / bharat

CBSE Term 2 Exam: ଆଜିଠାରୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା - CBSE ଟର୍ମ-2 ପରୀକ୍ଷା

ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଟର୍ମ-2 ପରୀକ୍ଷା ଆରମ୍ଭ । CBSEର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-2 ପରୀକ୍ଷା ଅଫଲାଇନ ମୋଡରେ ହେବ । ଅଧିକ ପଢ଼ନ୍ତୁ

cbse term 2 examination starts from today
ଆଜିଠୁ CBSE ଟର୍ମ-2 ପରୀକ୍ଷା ଆରମ୍ଭ
author img

By

Published : Apr 26, 2022, 9:19 AM IST

ନୂଆଦିଲ୍ଲୀ: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଟର୍ମ-2 ପରୀକ୍ଷା ଆରମ୍ଭ । CBSEର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-2 ପରୀକ୍ଷା ଅଫଲାଇନ ମୋଡରେ ହେବ । ସମଗ୍ର ଦେଶରେ 7412 ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଦେଶର ପ୍ରାୟ 34 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଦଶମ ବୋର୍ଡ ପରୀକ୍ଷା ମେ 24 ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଜୁନ 15ରେ ଶେଷ ହେବ । ପ୍ରତ୍ୟେକ ବିଷୟର ପରୀକ୍ଷା 2 ଘଣ୍ଟା ପାଇଁ ହେବ । ଛାତ୍ରଛାତ୍ରୀ 9.30ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଏବଂ 10.30ରୁ 12.30 ମଧ୍ୟରେ ପରୀକ୍ଷା ହେବ । 2022 ଶିକ୍ଷା ବର୍ଷ ପାଇଁ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି CBSE ଘୋଷଣା କରିଥିଲା।

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହୋଇସାରିଛି । 5 ଜୁଲାଇ 2021ରେ ଦେଶରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରରେ ସଂପୂର୍ଣ୍ଣ କୋରୋନା କଟକଣା ପାଳନ କରାଯିବ । ଛାତ୍ରଛାତ୍ରୀ ମାସ୍କ ପିନ୍ଧି ଆସିବା ସହ ସାନିଟାଇଜର ବ୍ୟବହାର କରିବେ । ପରୀକ୍ଷା ହଲରେ ସାମାଜିକ ଦୂରତ୍ବ ପାଳନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.