ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସିଲାବସରେ ସଂଶୋଧନ କରାଯାଇଛି । ଶ୍ରେଣୀ-10, ଶ୍ରେଣୀ-11 ଏବଂ ଶ୍ରେଣୀ-12 ର ସିଲାବସରେ ବଡ଼ ପରିବର୍ତ୍ତନ କରି ବୋର୍ଡ ଗଣତନ୍ତ୍ର ଓ ବିବଧତା, ଅଣ-ସଂଗଠିତ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ବୃଦ୍ଧି, ମୋଗଲ କୋର୍ଟର ଇତିହାସ ଏବଂ ଶିଳ୍ପ ବିପ୍ଳବ ବିଷୟକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନ ପାଠ୍ୟକ୍ରମ (ସିଲାବସ) ରୁ ହଟାଇ ଦେଇଛି।
ସେହିପରି 10ମ ଶ୍ରେଣୀ ପାଠ୍ୟକ୍ରମରେ କୃଷି ଉପରେ ଜଗତୀକରଣର ପ୍ରଭାବ'ଓ 'ଖାଦ୍ୟ ସୁରକ୍ଷା' ସମ୍ବନ୍ଧୀୟ ଅଧ୍ୟାୟ ମଧ୍ୟ ହଟାଇ ଦିଆଯାଇଛି । ଫୈଜ ଅହମ୍ମଦଙ୍କ ଉର୍ଦ୍ଦୁ କବିତାର ଅନୁବାଦର ଏକ ଅଂଶ ମଧ୍ୟ ସିଲାବସରୁ ବାଦ ଦିଆଯାଇଛି । ଏହା ସହିତ 'ଗଣତନ୍ତ୍ର ଏବଂ ବିବିଧତା' ଉପରେ ପାଠ୍ୟକ୍ରମ ଅଧ୍ୟାୟ ମଧ୍ୟ ହଟାଯାଇଛି । ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ର ଅନୁଧ୍ୟାନ ଓ ସୁପାରିଶ କ୍ରମେ ପାଠ୍ୟକ୍ରମରେ ଏପରି ସଂଶୋଧନ କରାଯାଇଥିବା ସୂଚନା ମିଳିିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ