ନୂଆଦିଲ୍ଲୀ: ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମକି ଶିକ୍ଷା ପରିଷଦ(CBSE) ଯୁକ୍ତ ୨ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଏହି ପରୀକ୍ଷାଫଳ ସିବିଏସଇର ୱେବସାଇଟରେ ଦେଖିପାରିବେ ।
ଛାତ୍ରଛାତ୍ରୀମାନେ www.cbse.nic.in, www.cbseresults.nic.in କିମ୍ବା www.cbse.gov.in ଏହି ୩ଟି ୱେବସାଇଟରେ ଦେଖିପାରିବେ । ତେବେ ସୂଚନା ଥାଉ କି କୋରୋନା ସଂକ୍ରମଣ ଚଳିତ ବର୍ଷର ସିବିଏସଇ ପରୀକ୍ଷା ଆୟୋଜିତ ହୋଇପାରିନଥିଲା । ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସିବିଏସଇ ମୂଲ୍ୟାଙ୍କନ ପଦ୍ଧତି ଜାରି କରିଥିଲା । ତେବେ ଏହି ଆଧାରରେ ଚଳିତ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।
ସମୁଦାୟ ପାସ ପ୍ରତିଶତ ରହିଛି ୯୯.୩୭ । ୫.୩୭ ପିଲା ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପ୍ରକାଶିତ ଫଳାଫଳରେ ଛାତ୍ରଙ୍କୁ ଟପିଛନ୍ତି ଛାତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ