ହାଇଦ୍ରାବାଦ: ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ସୂଚୀ ଜାରି କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) । ଏନେଇ ବୋର୍ଡ ଏକ ଡେଟ ସିଟ ପ୍ରକାଶ କରିଛି । ଫେବୃଆରୀ 15ରୁ ମାର୍ଚ୍ଚ 21 ତାରିଖ ମଧ୍ୟରେ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି (CBSE Class 10 and 12 exams date) । ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ଛାତ୍ରଛାତ୍ରୀ ଏହି ସୂଚୀର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ ।
-
CBSE Class 10 & 12 exams to start from February 15, 2023 pic.twitter.com/KuFmdVfnHi
— ANI (@ANI) December 29, 2022 " class="align-text-top noRightClick twitterSection" data="
">CBSE Class 10 & 12 exams to start from February 15, 2023 pic.twitter.com/KuFmdVfnHi
— ANI (@ANI) December 29, 2022CBSE Class 10 & 12 exams to start from February 15, 2023 pic.twitter.com/KuFmdVfnHi
— ANI (@ANI) December 29, 2022
ତେବେ ଜାରି କରାଯାଇଥିବା ଡେଟ ସିଟ ଅନୁସାରେ ପରୀକ୍ଷା ପୂର୍ବାହ୍ନ 10.30 ରୁ ଆରମ୍ଭ ହେବ (CBSE Class 10 and 12 exams date) । ଦୁଇଟି ପେପର ପରୀକ୍ଷା ମଧ୍ୟରେ ଯଥେଷ୍ଟ ସମୟ ବ୍ୟବଧାନ ମଧ୍ୟ ରହିଛି । ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ବିସ୍ତୃତ ସୂଚନା ଓ ସର୍ତ୍ତାବଳୀ ସମ୍ପର୍କରେ ଜାଣିବା ପାଇଁ ବୋର୍ଡର ଅଫିସିଆଲ ଓ୍ବେବସାଇଟରେ (cbse.gov.in) ଲଗଇନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ