ETV Bharat / bharat

CBSE Board Exam 2021: ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଗଷ୍ଟରେ ଦେବେ ପରୀକ୍ଷା - ସିବିଏସଇ ପରୀକ୍ଷା

CBSE ମୂଲ୍ୟାଙ୍କନ ଫର୍ମୁଲାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟରେ ଲିଖିତ ପରୀକ୍ଷା ଦେବାର ସୁଯୋଗ ଦେବ ସିବିଏସଇ ଶୁକ୍ରବାର ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । ଅଧିକ ପଢନ୍ତୁ...

CBSE Board Exam 2021: ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଗଷ୍ଟରେ ଦେବେ ପରୀକ୍ଷା

author img

By

Published : Jun 26, 2021, 7:58 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ମୂଲ୍ୟାଙ୍କନ ଫର୍ମୁଲାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଦଶମ ଓ ଦ୍ବାଦଶ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀଙ୍କୁ ଅଗଷ୍ଟରେ ଲିଖିତ ପରୀକ୍ଷା ଦେବାର ସୁଯୋଗ ଦେବ ସିବିଏସଇ । ଏନେଇ ଶୁକ୍ରବାର ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ବାଦଶ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ସିବିଏସଇ ମୂଲ୍ୟାଙ୍କନରେ ସନ୍ତୁଷ୍ଟ ନାହାଁନ୍ତି ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଅଗଷ୍ଟରେ ଲିଖିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ।

ପୂର୍ବରୁ ସିବିଏସଇ ସ୍ପଷ୍ଟ କରିସାରିଛି ଯେ ଯେଉଁ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷାର ବିକଳ୍ପ ଚୟନ କରିବେ ଏଥିରେ ମିଳିବାକୁ ଥିବା ମାର୍କକୁ ମାନିବାକୁପଡିବ । ଲିଖିତ ପରୀକ୍ଷା ଦେବାକୁଥିବା ଛାତ୍ରଛାତ୍ରୀ ମୂଲ୍ୟାଙ୍କନ ଫର୍ମୁଲା ଆଧାରରେ ଦିଆଯାଇଥିବା ମାର୍କକୁ ପୁନର୍ବାର ଦେବାର ଦାବି କରିପାରିବେନି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ପରେ ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଦେଇଛି । ମହାମାରୀ ସଂକ୍ରମଣର ଦ୍ବିତୀୟ ଲହରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ମହଲରୁ ପରୀକ୍ଷା ବାତିଲ ପାଇଁ ଦାବି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.