ETV Bharat / bharat

Land for Job scam case: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଘରେ ସିବିଆଇ

author img

By

Published : Mar 6, 2023, 12:13 PM IST

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ କରିଛି । ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଏହି ରେଡ ହୋଇଥିବା ଜଣାପଡିିଛି ।

CBI visits Rabri Devis residence
ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଘରେ ସିବିଆଇ

ପାଟନା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ । ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଘରେ ସିବିଆଇ ଟିମ ପ୍ରବେଶ କରିଛି । ବିହାର ପାଟନା ସ୍ଥିତ ଘରେ ସିବିଆଇ ପହଞ୍ଚି ପଚରାଉଚରା କରିଥିବା ସୂଚନା ମିଳିଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବା ଜଣାପଡିଛି ।

କିଛି ଦିନ ତଳେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ସମନ ହୋଇଥିଲା । ଏହାସହିତ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ପାଇଁ ସମସ୍ୟା ବଢିଥିଲା । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ଦାଏର କରିଥିବା ଚାର୍ଜସିଟ ଉପରେ କୋର୍ଟ ସମନ କରିଥିଲେ । ମାର୍ଚ୍ଚ 15ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ସିବିଆଇ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ମାମଲାରେ ପଚରାଉଚରା କରିଛି । ଏନେଇ ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଆଜି ସରୁଛି ଦ୍ବିତୀୟ ରିମାଣ୍ଡ ଅବଧି, କୋର୍ଟରେ ହାଜର ହେବେ ସିସୋଦିଆ

ସିବିଆଇର 12ଜଣ ସଦସ୍ୟ ରାବ୍ରୀ ଦେବୀଙ୍କ ପାଟନା ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଦିଲ୍ଲୀର ରାଉଜ କୋର୍ଟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସମନ ଜାରି କରିବା ପରେ ସିବିଆଇ ପଚରାଉଚରା କରୁଥିବା ସୂଚନା ମିଳିଛି । ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ଯାଦବଙ୍କ ବିରୋଧରେ ଚାକିରି ବଦଳରେ ଜମି କାରବାର କରାଯାଉଥିବା ଅଭିଯୋଗ ହୋଇଥିଲା । 2004 ଓ 2009ରେ ଏହି ମାମଲା ହୋଇଥିଲା । ସେବେ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଲାଲୁଙ୍କ ଛଡା ତାଙ୍କ ପରିବାର ମଧ୍ୟ ଏହି ମାମଲାରେ ସାମିଲ ଥିବା ଜଣାପଡିଥିଲା । ସିବିଆଇ ଏହି ମାମଲା ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...Big B Injured: ହାଇଦ୍ରାବାଦରେ ଫିଲ୍ମ ସୁଟିଂ ବେଳେ ଆହତ ହେଲେ ବିଗ୍ ବି

2022ରେ ଲାଲୁଙ୍କ ବିରୋଧରେ ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ମାମଲା ଦାୟର ହୋଇଥିଲା । ସିବିଆଇ ଚାର୍ଜସିଟରେ ଲାଲୁ ଏବଂ ରାବ୍ରୀଙ୍କ ସମେତ 14 ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ରେଳବାଇରେ ଚାକିରି ଦେବା ପାଇଁ ଲାଲୁ ଏବଂ ତାଙ୍କ ପରିବାର ଲୋକ ଜମି ନେଉଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.