ETV Bharat / bharat

ଜବତ କମ୍ପ୍ୟୁଟରର ସିପିୟୁରେ ମିଥ୍ୟା ତଥ୍ୟ ଭର୍ତ୍ତି କରି ଫସାଇବାକୁ ଚାହୁଁଛି ସିବିଆଇ: ସିସୋଦିଆ - ମନୀଷ ସିସୋଦିଆଙ୍କ ବୟାନ

ସିବିଆଇ ବିରୋଧରେ ଅଭିଯୋଗ ଆଣିଲେ ସିସୋଦିଆ । କହିଲେ ଜବତ ହୋଇଥିବା କମ୍ପ୍ୟୁଟର ସିପିୟୁରେ ମିଥ୍ୟା ଫାଇଲ ଭର୍ତ୍ତି କରି ଗିରଫ କରିବାର ରହିଛି ଷଡଯନ୍ତ୍ର । ଅଧିକ ପଢନ୍ତୁ

ଜବତ କମ୍ପ୍ୟୁଟରର ସିପିୟୁରେ ମିଥ୍ୟା ତଥ୍ୟ ଭର୍ତ୍ତି କରି ଫସାଇବାକୁ ଚାହୁଁଛି ସିବିଆଇ

author img

By

Published : Jan 16, 2023, 7:43 AM IST

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସରକାରୀ ଦପ୍ତରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ରେଡ କରିବା ପରେ ପାଲଟା ଅଭିଯୋଗ କରିଛନ୍ତି ସିସୋଦିଆ । ସିବିଆଇ ତାଙ୍କ କାର୍ଯ୍ୟାଳୟରେ ପଶି ରେଡ କରିବା ସହ କମ୍ପ୍ୟୁଟର ଜବତ କରିଛି । ସେହି କମ୍ପ୍ୟୁଟର ସିପିୟୁରେ ମିଥ୍ୟା ଫାଇଲ ଭର୍ତ୍ତି କରି ଫସାଇବାକୁ ଉଦ୍ୟମ କରିବ ବୋଲି ସିସୋଦିଆ କହିଛନ୍ତି । ସମଗ୍ର ରେଡକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସିସୋଦିଆ ।

ସିସୋଦିଆ ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ବିବୃତ୍ତି ସେ କହିଛନ୍ତି, " ଦ୍ୱିତୀୟ ଶନିବାର ପାଇଁ ମୋର କାର୍ଯ୍ୟାଳୟ ଅପରାହ୍ନରେ ବନ୍ଦ ହୋଇଯାଇଥିଲା । ଏହି ସମୟରେ କିଛି ସିବିଆଇ ଅଧିକାରୀ ମୋ ଅଫିସକୁ ଆସି ଦପ୍ତର ଖୋଲିବାକୁ ଟେଲିଫୋନ୍ ଯୋଗେ ଜଣାଇଥିଲେ । ସିବିଆଇ ଅଧିକାରୀମାନେ ମତେ ଅଫିସ୍ ଖୋଲି ସେମାନଙ୍କୁ ସମ୍ମିଳନୀ କକ୍ଷକୁ ନେବାକୁ କହିଥିଲେ । ଏହା କେବଳ ଏକ ଉଦ୍ଦେଶ୍ୟମୂଳକ ରେଡ ଥିଲା । ’’

ଏହା ମଧ୍ୟ ପଢନ୍ତୁ:-Delhi Excise Policy Scam Case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ

ଗତବର୍ଷ (2022) ଅକ୍ଟୋବର 17 ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସମନ ପାଇବା ପରେ ସିସୋଦିଆ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ପ୍ରାୟ ୯ ଘଣ୍ଚାର ଜେରାର ସମ୍ମୁଖୀନ ହୋଇଥିଲେ । ଏକାଧିକ ଚଢାଉ ଓ ଜେରା ପରେ ମଧ୍ୟ ଦୁଇ ତଦନ୍ତକାରୀ ସଂସ୍ଥା ସିବିଆଇ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ଗିରଫ କରିପାରିନାହାନ୍ତି ।

ଅନ୍ୟପଟେ ଅବକାରୀ ନୀତି କାର୍ଯ୍ୟକାରିତାରେ କୌଣସି ଅନିୟମିତତା ହୋଇନଥିବା କେଜ୍ରିଓ୍ବାଲ ସରକାର ପ୍ରଥମରୁ ଦାବି କରିଆସୁଥିବା ସହ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ କରିଆସିଛି । ଏପରିକି ଭାରତୀୟ ଜନତା ପାର୍ଟି ଏପରି କରି ଭୟଭୀତ କରିବା ସହ ଦିଲ୍ଲୀରେ ଆପ ସରକାରର ବିଘଟନ ପାଇଁ ଉଦ୍ୟମ ଜାରି ରଖିଥିବା ମଧ୍ୟ ଆପ କହିଛି । ଦିଲ୍ଲୀରେ ବିଜେପି ‘ଅପରେସନ ଲୋଟସ’ ଜରିଆରେ ସରକାର ଭାଙ୍ଗିବାକୁ ଚାହୁଁଛି ଓ ଏଥିପାଇଁ ତାଙ୍କୁ ବିଜେପିରେ ସାମିଲ ହେବା ସହ ସମସ୍ତ ମାମଲାର ତଦନ୍ତ ବନ୍ଦ କରିଦିଆଯିବା ନେଇ ମଧ୍ୟ ଅଫର ଆସିଥିବା ସିସୋଦିଆ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.