ETV Bharat / bharat

Delhi liquor case: ହାଜର ହେଲେନି ସିସୋଦିଆ, ମାଗିଲେ ସପ୍ତାହେ ସମୟ

author img

By

Published : Feb 19, 2023, 3:42 PM IST

ଅଧିକ ସପ୍ତାହେ ସମୟ ମାଗିଲେ ସିସୋଦିଆ । ଦିଲ୍ଲୀର ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବା କାରଣରୁ ମାଗିଲେ ସମୟ । କିଛି ଦିନ ପରେ ନୂଆ ସମନ ଜାରି କରିବ ସିବିଆଇ । ଅଧିକ ପଢନ୍ତୁ

ଏକ ସପ୍ତାହ ସମୟ ମାଗିଲେ ସିସୋଦିଆ
ଏକ ସପ୍ତାହ ସମୟ ମାଗିଲେ ସିସୋଦିଆ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ତଦନ୍ତ ପରିସରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇନାହାନ୍ତି । ଆଜି ପାଇଁ ସମନ ପାଇଥିଲେ ସୁଦ୍ଧା ହାଜର ହେବା ପାଇଁ ସେ ଆଉ ଏକ ସପ୍ତାହ ସମୟ ମାଗିଛନ୍ତି । ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ପରେ ଆଉ ଏକ ତାରିଖରେ ତାଙ୍କୁ ହାଜର ହେବା ପାଇଁ ନୂଆ ସମନ ଜାରି କରିବ ବୋଲି ଜଣାପଡିଛି ।

ଏହି ବହୁଚର୍ଚ୍ଚିତ ମାମଲାରେ 15 ଜଣ ଅଭିଯୁକ୍ତଙ୍କ ସମେତ ଆଜି ସିସୋଦିଆଙ୍କୁ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ଏକ ସପ୍ତାହ ସମୟ ମାଗିଛନ୍ତି । ସିସୋଦିଆ କହିଛନ୍ତି, ‘‘ଏହା ଫେବୃଆରୀ ଶେଷ ସପ୍ତାହ । ଦିଲ୍ଲୀର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ତେଣୁ ମୁଁ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେଣୁ ମତେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଦିଆଯାଉ । ମୁଁ ସେମାନଙ୍କୁ ମାସ ଶେଷ ପର୍ଯ୍ୟନ୍ତ ସମୟ ଦେବା ପାଇଁ ସମୟ ମାଗିଥିଲି । ଯାହା ଫଳରେ ଦିଲ୍ଲୀର ବଜେଟ ଚୂଡାନ୍ତ ହୋଇପାରିବ ।’’

ତେବେ ଆଜି ସିସୋଦିଆ ଅନ୍ୟ ଏକ ଗମ୍ଭୀର ଦାବି ମଧ୍ୟ କରିଛନ୍ତି । କହିଛନ୍ତି ଆଜି ତାଙ୍କୁ ଜେରା କରାଯାଇଥିଲେ ସିବିଆଇ ଗିରଫ କରିଥାନ୍ତା । ସେ ଗିରଫଦାରୀକୁ ଭୟ କରନ୍ତି ନାହିଁ କି ତଦନ୍ତକୁ ମଧ୍ୟ ସହଯୋଗ କରିବାରେ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ଦିଲ୍ଲୀର ବଜେଟ ପ୍ରସ୍ତୁତି କାରଣରୁ ସେ ଅଧିକ ସମୟ ମାଗିଛନ୍ତି । ବଜେଟ ପ୍ରସ୍ତୁତି ପରେ ପୁଣି ସେ ସିବିଆଇରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ ।

ତେବେ କେନ୍ଦ୍ରୀୟ ସଂସ୍ଥାର ସମନ ପାଇବା ସିସୋଦିଆଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ନୁହେଁ । ଗତବର୍ଷ ଅକ୍ଟୋବର 17 ତାରିଖରେ ମଧ୍ୟ ତାଙ୍କୁ ଜେରା କରାଯାଇଥିଲା । ସେ ଉପମୁଖ୍ୟମନ୍ତ୍ରୀ ସହ ଅବକାରୀ ବିଭାଗର ଦାୟିତ୍ବରେ ଥିବା କାରଣରୁ ତାଙ୍କ ସରକାରୀ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଥିଲା । ଚଢାଉରେ ସେପରି କିଛି ଦୁର୍ନୀତି ସମ୍ପର୍କିତ ପ୍ରମାଣ ମିଳିଥିବା ମଧ୍ୟ ସିବିଆଇ ସ୍ପଷ୍ଟ କରିନଥିଲା ।

ଏହାକୁ ଆରମ୍ଭରୁ ସିସୋଦିଆଙ୍କ ସମେତ ଦଳ ମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଆସୁଛନ୍ତି । ଦିଲ୍ଲୀରେ ଅପରେସନ ଲୋଟସ ମାଧ୍ୟମରେ ସରକାର ପରିବର୍ତ୍ତନ କରିବାକୁ ବିଜେପି ପ୍ରୟାସ ଜାରି ରଖିବା ସହ କେନ୍ଦ୍ରୀୟ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଆପ ଅଭିଯୋଗ କରୁଛି । ସେହିପରି ବିଜେପିରେ ସାମିଲ ହେଲେ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ କେନ୍ଦ୍ରୀୟ ସଂସ୍ଥାର ମାମଲା ବନ୍ଦ କରାଯିବା ନେଇ ଜଣେ ବିଜେପି ନେତା କଲ କରିଥିବା ସିସୋଦିଆ ଅଭିଯୋଗ କରିଥିଲେ । ପ୍ରତ୍ୟେକ ଆପ ବିଧାୟକଙ୍କୁ ଦଳ ଛାଡି ବିଜେପିରେ ସାମିଲ ହେବା ପାଇଁ 20 କୋଟି ଟଙ୍କା ଲେଖାଏଁ ଟଙ୍କା ପ୍ରଲୋଭନ ମିଳୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.