ETV Bharat / bharat

କୋଇଲା ସ୍କାମ ଅଭିଯୋଗରେ ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକଙ୍କୁ ସିବିଆଇ ସମନ

author img

By

Published : May 1, 2021, 11:21 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ଦାଇତ୍ବରେ ଥିବା ନିର୍ଦ୍ଦେଶକ ଜ୍ଞାନଓ୍ବନ୍ତ ସିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସମନ । ଅଧିକ ପଢନ୍ତୁ...

କୋଇଲା ସ୍କାମ ନେଇ ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକଙ୍କୁ ସିବିଆଇ ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ନିର୍ଦ୍ଦେଶକ ଆଇପିଏସ ଅଧିକାରୀ ଜ୍ଞାନଓ୍ବନ୍ତ ସିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମନ କରିଛି । କୋଲକାତା ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନରେ କୁହାଯାଇଛି । ତାଙ୍କ ନାମରେ ଥିବା କୋଇଲା ଦୂର୍ନୀତି ବାବଦରେ ସିବିଆଇ ପଚରା ଉଚରା କରିବା ନେଇ ଅନୁମାନ କରିଛି ।

ନିର୍ବାଚନ ପ୍ରଚାର ବେଳେ ନନ୍ଦିଗ୍ରାମରେ ମମତା ଆହତ ହେବା ପରେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ବିବେକ ସାହେଙ୍କୁ ଦାୟିତ୍ବରୁ ହଟାଇଥିଲେ ନିର୍ବାଚନ ଆୟୋଗ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ଜ୍ଞାନଓ୍ବନ୍ତ ସିଙ୍କୁ ମୁଖ୍ୟମନ୍ତ୍ରୀ ମମତାଙ୍କ ନୂତନ ସୁରକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅବସ୍ଥାପିତ କରାଯାଇଥିଲା ।

ଜ୍ଞାନଓ୍ବନ୍ତ ସିଂ ତାଙ୍କର ନୂତନ ଦାୟିତ୍ବ ପୂର୍ବରୁ ଅତିରିକ୍ତ ମହାନିର୍ଦ୍ଦେଶକ (ସୁରକ୍ଷା) ଭାବରେ କାର୍ଯ୍ୟ କରିଥିଲେ। ସେ ମମତା ବାନାର୍ଜୀଙ୍କ ଖୁବ ନିକଟତର ବୋଲି ଚର୍ଚ୍ଚା କରାଯାଏ |ଏହା ପୂର୍ବରୁ ସିବିଆଇ କୋଇଲା ଦୁର୍ନୀତିରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀ ଏବଂ ତାଙ୍କ ଶାଳୀ ମନେକା ଗମ୍ଭୀରଙ୍କୁ ପଚରାଉଚରା କରିଥିଲା। କୋଇଲା ଘୋଟାଲା ସଂପର୍କରେ ଏଜେନ୍ସି ଗମ୍ଭୀରଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା। ତେବେ ତାଲିକାରେ ଏବେ ସିବିଆଇସ୍କାନରକୁ ଆସିଛନ୍ତି ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକ ତଥା ଆଇପିଏସ ଅଧିକାରୀ ଜ୍ଞାନଓ୍ବନ୍ତ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.