ETV Bharat / bharat

Delhi Excise Case: ୧୬ରେ ହାଜର ପାଇଁ କେଜ୍ରିୱାଲଙ୍କୁ ସମନ କଲା CBI, AAPରେ କମ୍ପନ

author img

By

Published : Apr 14, 2023, 5:51 PM IST

Updated : Apr 14, 2023, 6:23 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କଲା CBI । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ବଢିଲା ଅଡୁଆ । କେଜ୍ରିୱାଲଙ୍କୁ ଶୁକ୍ରବାର ସମନ ଜାରି କରିଛି ସିବିଆଇ (CBI) । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ସେପଟେ ଗୋଆ ପୋଲିସ ମଧ୍ୟ ଆସନ୍ତା ୨୭ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବା ଲାଗି ସମନ ଜାରି କରିଛି । ଆସନ୍ତା ୧୬ ତାରିଖରେ ପଚରାଉଚରା ପାଇଁ କେଜ୍ରିଓ୍ୱାଲଙ୍କୁ ସମନ କରିଛି ସିବିଆଇ ।

ଏହି ମାମଲାରେ ଜଣକ ପରେ ଜଣେ ନେତାଙ୍କୁ ପଚରାଉଚରା ଲାଗି ସିବିଆଇ ସମନ ଜାରି କରିଥିବା ବେଳେ ଏବେ ଏହି ତଦନ୍ତ ପ୍ରକ୍ରିୟାରେ ପଡିଛି କେଜ୍ରିୱାଲଙ୍କ ପାଳି । ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଦୀର୍ଘ ଘଣ୍ଟା ଧରି ଜେରା କରିବା ପରେ ଶେଷରେ ଗିରଫ କରାଯାଇଥିଲା । ଏହାସହ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ ସମାନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଜେଲରେ ସଜା କାଟୁଛନ୍ତି ।

ଏହା ବି ପଢନ୍ତୁ- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୋଆ ପୋଲିସର ସମନ, 27ରେ ହାଜର ହେବାକୁ ନିର୍ଦ୍ଦେଶ

ସୂଚନା ଥାଉ କି ୨୦୨୧-୨୨ ଦିଲ୍ଲୀ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଥିଲେ, ଯାହାକି ଡିଲରଙ୍କୁ ସୁହାଇବା ଭଳି ରହିଥିଲା । ଏଥିଲାଗି ସେମାନେ ଦିଲ୍ଲୀ ସରକାରଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗ ହୋଇଥିଲା । ହେଲେ ଆପ୍‌ ଏହାକୁ ଖଣ୍ଡନ କରିଥିଲା । ଏହି ଅବକାରୀ ନୀତିରେ ସଂଶୋଧନ, ଲାଇସେନ୍ସଧାରୀଙ୍କୁ ବେଆଇନ ଭାବେ ଲାଭାନ୍ବିତ କରିବା, ଲାଇସେନ୍ସ ଶୁଳ୍କରେ ରିହାତି, ଅନୁମୋଦନ ବିନା ଲାଇସେନ୍ସ ଲାଗୁ କରିବା ଭଳି ଅଭିଯୋଗ ହୋଇଥିଲା । ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସସେନା ପ୍ରଶ୍ନ ଉଠାଇବା ପରେ ସିବିଆଇ ମାମଲା ରୁଜୁ କରିଥିଲା ।

ଏହି ନିୟମ ଅନୁସାରେ ଦିଲ୍ଲୀ ସରକାର ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିଲା । ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ଘୋଟାଲା ନେଇ ଅଭିଯୋଗ ଆସିଥିଲା । ଏହି ମାମଲାରେ ସିବିଆଇ ୭ଦିନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜେରା କରିଥିଲା । ଏହି ମାମଲାରେ ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏବେ ଅରିବନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି ସିବିଆଇ ।

ଅନ୍ୟପଟେ ଶୁକ୍ରବାର ଗୋଆ ପୋଲିସ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ୨୭ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ସରକାରୀ ସମ୍ପତ୍ତି ଓ ସର୍ବସାଧାରଣ ସ୍ଥାନରେ ନିର୍ବାଚନୀ ପୋଷ୍ଟର ତିଆରି କରିବା ଓ ଲଗାଇବା ମାମଲାରେ ତାଙ୍କୁ ସମନ ଜାରି ହୋଇଛି । ଏହାପରେ ପ୍ରତିକ୍ରିୟା ରଖି ନିଶ୍ଚୟ ହାଜର ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଆ ପୋଲିସର ସମନ ଆସିବା ପରେପରେ ସିବିଆଇ ମଧ୍ୟ କେଜ୍ରିୱାଲଙ୍କୁ ସମନ ଜାରି କରିଛି ।

Last Updated : Apr 14, 2023, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.