ETV Bharat / bharat

ଦିଦିଙ୍କ ପୁତୁରା ଘରେ CBI, ବଢିଲା ଅଭିଷେକଙ୍କ ଅଡୁଆ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା ସିବିଆଇ ଟିମ୍‌ । ଅଧିକ ପଢନ୍ତୁ...

author img

By

Published : Feb 21, 2021, 3:31 PM IST

ଦିଦିଙ୍କ ପୁତୁରା ଘରେ CBI, ବଢିଲା ଅଭିଷେକଙ୍କ ଅଡୁଆ
ଦିଦିଙ୍କ ପୁତୁରା ଘରେ CBI, ବଢିଲା ଅଭିଷେକଙ୍କ ଅଡୁଆ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।

ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । ତେବେ 24 ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ପଚରାଉଚୁରା କରାଯିବ ।

ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି । 31 ଡିସେମ୍ବର 2020ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସେହିପରି 28 ଡିସେମ୍ବର 2020ରେ କୋଲକାତା ସମେତ 3ଟି ରାଜ୍ୟର ପାଖାପାଖି 40ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ସିବିଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.