ETV Bharat / bharat

DHFL scam: ବିଲ୍ଡର ଅବିନାଶ ଭୋସଲେଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ସିଜ

author img

By

Published : Jul 31, 2022, 12:20 PM IST

୩୪,୬୧୫ କୋଟି ଟଙ୍କାର ଡିଏଚଏଫଏଲ ଘୋଟାଲା ମାମଲାରେ ପୁଣେ ସ୍ଥିତ ଏକ ବିଲ୍ଡରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କରିଛି ସିବିଆଇ । ଅଧିକ ପଢନ୍ତୁ

DHFL scam: ବିଲ୍ଡର ଅବିନାଶ ଭୋନସଲେଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ସିଜ

ମୁମ୍ବାଇ: ଡିଏଚ୍‌ଏଫଏଲ(Dewan Housing Finance Ltd) ବ୍ୟାଙ୍କ ଦୁର୍ନୀତି ମାମଲାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ୩୪,୬୧୫ କୋଟି ଟଙ୍କାର ଡିଏଚଏଫଏଲ ଘୋଟାଲା ମାମଲାରେ ସିବିଆଇ ଟିମ ପୁଣେ ସ୍ଥିତ ବିଲ୍ଡର ଅବିନାଶ ଭୋସଲେଙ୍କ ଏକ ହେଲିକପ୍ଟର ଜବତ କରିଛି । ଏନେଇ ଗତକାଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ଧରି ଟିମ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ନେଇ ସୂଚନା ରହିଛି । ଡିଏଚଏଫଏଲର ପୂର୍ବତନ ଶୀର୍ଷ ଅଧିକାରୀ କପିଲ ୱଧାୱନ, ଦୀପକ ୱଧାୱନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଜୁନ ୨୦ରେ ଅଭିଯୋଗ ହୋଇଥିଲା ।

ସିବିଆଇ ଅନୁସାରେ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଥିବା ୧୭ ବ୍ୟାଙ୍କ ସହ ଠକେଇ ହୋଇଥିବା ନେଇ DHFL ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଆଧାରରେ ସିବିଆଓ ଡିଏଚଏଫଏଲର ବ୍ୟାଙ୍କ ର୍ଦୁନୀତିର ତଦନ୍ତ ଆରମ୍ଭ କରିଥିଲା । ଏହି ବ୍ୟାଙ୍କ ଦୁର୍ନୀତି ପାଖାପାଖି ୩୪,୬୧୪ କୋଟି ଟଙ୍କାର ହେବ । ଏହା ପୂର୍ବରୁ ସିବିଆଇ ସୋମବାର ୟେସ ବ୍ୟାଙ୍କ-ଡିଏଚଏଫଏଲ ଋଣ ଠକେଇ ମାମଲାରେ ଏକ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା । ଅବିନାଶ ଭୋସଲେ ହେଉଛନ୍ତି ABIL ଗ୍ରୁପ୍‌ର ପ୍ରମୋଟର । ଗତ ମେ’ ୨୬ ତାରିଖରେ ସିବିଆଇ ଅବିନାଶ ଭୋସଲେଙ୍କୁ ଗିରଫ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.