ETV Bharat / bharat

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍ - ମନୀଷ ସିସୋଦିଆ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ନିଜେ ଟ୍ବିଟ୍ କରି ସୂଚନା ଦେଲେ ସିସୋଦିଆ । ଅଧିକ ପଢନ୍ତୁ

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍

author img

By

Published : Aug 19, 2022, 9:19 AM IST

Updated : Aug 19, 2022, 9:25 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ(Delhi Deputy Chief Minister Manish Sisodia)ଘରେ ସିବିଆଇ ରେଡ୍ । ବିବାଦୀୟ ଅବକାରୀ ନୀତିକୁ ନେଇ ଆଜି ସିସୋଦିଆଙ୍କ ଘରେ ଛାପା ମାରିଛି ସିବିଆଇ । ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଉଛି । ଖୋଦ୍ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ,'' ସିବିଆଇ ଆସିଛି । ତାଙ୍କୁ ମୁଁ ସ୍ବାଗତ କରୁଛି । ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ । କିନ୍ତୁ ଆମ ଦେଶରେ ଯିଏ ଭଲ କାମ କରେ, ତାଙ୍କୁ ଏହିଭଳି ଭାବେ ହଇରାଣ କରାଯାଏ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏଥିପାଇଁ ଆମ ଦେଶ ଆଜି ଯାଏଁ ୧ ନମ୍ବର ହୋଇପାରି ନାହିଁ ।''

  • सीबीआई आई है. उनका स्वागत है. हम कट्टर ईमानदार हैं . लाखों बच्चों का भविष्य बना रहे हैं.

    बहुत ही दुर्भाग्यपूर्ण है कि हमारे देश में जो अच्छा काम करता है उसे इसी तरह परेशान किया जाता है. इसीलिए हमारा देश अभी तक नम्बर-1 नहीं बन पाया.

    — Manish Sisodia (@msisodia) August 19, 2022 " class="align-text-top noRightClick twitterSection" data=" ">

ଆପ୍ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ଶୀଘ୍ର ସତ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ସେ ସିବିଆଇ ଯାଞ୍ଚରେ ପୁରା ସହଯୋଗ କରିବେ । ତାଙ୍କ ବିରୁଦ୍ଧରେ ଅନେକ ମାମଲା ହୋଇଛି । ହେଲେ କିଛି ଲାଭ ହୋଇନି । ଏହି ଯାଞ୍ଚରୁ ମଧ୍ୟ କିଛି ମିଳିବନି । ଦେଶରେ ପିଲାଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା କ୍ଷେତ୍ରରେ ତାଙ୍କ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି । କହିରଖୁଛୁ କି, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ନେଇ ଉପରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

  • #WATCH | A CBI team reaches the residence of Deputy CM Manish Sisodia in Delhi. The agency is raiding 21 locations in Delhi-NCR in connection with the excise policy case, including Sisodia's residence. pic.twitter.com/3txFCtiope

    — ANI (@ANI) August 19, 2022 " class="align-text-top noRightClick twitterSection" data=" ">

Last Updated : Aug 19, 2022, 9:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.