ETV Bharat / bharat

ପୁଣି ସିସୋଦିଆଙ୍କ କାର୍ଯ୍ୟାଳୟରେ CBI ରେଡ - ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ରେଡ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣି ସିବିଆଇ ଚଢାଉ । ପୂର୍ବରୁ ମଧ୍ୟ ସିସୋଦିଆଙ୍କ ବାସଭବନ ସମେତ ଲକର ସର୍ଚ୍ଚ କରିଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ପଢନ୍ତୁ

ପୁଣି ସିସୋଦିଆଙ୍କ କାର୍ଯ୍ୟାଳୟରେ CBI ରେଡ
ପୁଣି ସିସୋଦିଆଙ୍କ କାର୍ଯ୍ୟାଳୟରେ CBI ରେଡ
author img

By

Published : Jan 14, 2023, 4:29 PM IST

Updated : Jan 14, 2023, 5:06 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ଚଢାଉ । ପୂର୍ବରୁ ସିସୋଦିଆଙ୍କ ଘରେ ଚଢାଉ ହୋଇସାରିଥିବା ବେଳେ ଆଜି ପୁଣି ତାଙ୍କ ସରକାରୀ ଦପ୍ତରରେ ଚଢାଉ ଜାରି ରହିଛି । ଆଜି ଅପରାହ୍ନରେ ଦିଲ୍ଲୀ ସଚିବାଳୟରେ ଥିବା ସିସୋଦିଆଙ୍କ କାର୍ଯ୍ୟାଳୟରେ ଏହି ଚଢାଉ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଚଢାଉର ଫଳାଫଳ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି ।

କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଆଜିର କାର୍ଯ୍ୟାନୁଷ୍ଠାନ ନେଇ ନିଜେ ସିସୋଦିଆ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘‘ମୋ କାର୍ଯ୍ୟାଳୟରେ ପୁଣି ଥରେ ଚଢାଉ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନକୁ ମୁଁ ସ୍ବାଗତ କରୁଛି । ମୋ ଅଫିସ ଉପରେ ପୂର୍ବରୁ ମଧ୍ୟ ଚଢାଉ ହୋଇସାରିଛି । ଏପରିକି ସେମାନେ ମୋ ଲକର ସର୍ଚ୍ଚ କରିବା ସହ ମୋ ଗାଁ କୁ ମଧ୍ୟ ଯାଇଥିଲେ । ମୋ ବିରୋଧରେ କିଛି ପ୍ରମାଣ ସେମାନଙ୍କୁ ମିଳିଲା ନାହିଁ ଏବଂ ଆଗକୁ ମଧ୍ୟ କିଛି ମିଳିବ ନାହିଁ । କାରଣ ମୁଁ କିଛି ଭୁଲ କରି ନାହିଁ । ଦିଲ୍ଲୀର ଛାତ୍ରଛାତ୍ରୀ ଶିକ୍ଷା ପାଇଁ ମୁଁ ସଚ୍ଚୋଟ ଭାବରେ କାର୍ଯ୍ୟ କରିଛି ।"

  • आज फिर CBI मेरे दफ़्तर पहुँची है. उनका स्वागत है.
    इन्होंने मेरे घर पर रेड कराई, दफ़्तर में छापा मारा, लॉकर तलशे, मेरे गाँव तक में छानबीन करा ली.मेरे ख़िलाफ़ न कुछ मिला हैं न मिलेगा क्योंकि मैंने कुछ ग़लत किया ही नहीं है. ईमानदारी से दिल्ली के बच्चों की शिक्षा के लिए काम किया है.

    — Manish Sisodia (@msisodia) January 14, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Delhi Excise Policy Scam Case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ

ଗତବର୍ଷ (2022) ଅକ୍ଟୋବର 17 ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସମନ ପାଇବା ପରେ ସିସଦିଆ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତାଙ୍କୁ ପ୍ରାୟ ୯ ଘଣ୍ଚାର ଜେରା କରାଯାଇଥିଲା । ତାଙ୍କୁ ଗିରଫ କରାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏକାଧିକ ଚଢାଉ ଓ ଜେରା ପରେ ମଧ୍ୟ ଦୁଇ ତଦନ୍ତକାରୀ ସଂସ୍ଥା ସିବିଆଇ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ଗିରଫ କରିପାରିନାହାନ୍ତି ।

ଅନ୍ୟପଟେ ଅବକାରୀ ନୀତି କାର୍ଯ୍ୟକାରିତାରେ କୌଣସି ଅନିୟମିତତା ହୋଇନଥିବା କେଜ୍ରିଓ୍ବାଲ ସରକାର ପ୍ରଥମରୁ ଦାବି କରିଆସୁଥିବା ସହ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ କରିଆସିଛି । ଏପରିକି ଭାରତୀୟ ଜନତା ପାର୍ଟି ଏପରି କରି ଭୟଭୀତ କରିବା ସହ ଦିଲ୍ଲୀରେ ଆପ ସରକାରର ବିଘଟନ ପାଇଁ ଉଦ୍ୟମ ଜାରି ରଖିଥିବା ମଧ୍ୟ ଆପ କହିଛି । ଦିଲ୍ଲୀରେ ବିଜେପି ‘ଅପରେସନ ଲୋଟସ’ ଜରିଆରେ ସରକାର ଭାଙ୍ଗିବାକୁ ଚାହୁଁଛି ଓ ଏଥିପାଇଁ ତାଙ୍କୁ ବିଜେପିରେ ସାମିଲ ହେବା ସହ ସମସ୍ତ ମାମଲାର ତଦନ୍ତ ବନ୍ଦ କରିଦିଆଯିବା ନେଇ ମଧ୍ୟ ଅଫର ଆସିଥିବା ସିସୋଦିଆ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2023, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.