ETV Bharat / bharat

ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ବଙ୍ଗଳା ନବୀକରଣ ଘୋଟାଲା ମାମଲାରେ CBI ତଦନ୍ତ ଆରମ୍ଭ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

କେଜ୍ରିଓ୍ବାଲଙ୍କ ପାଇଁ ବଢିଲା ଅଡୁଆ । ବଙ୍ଗଳା ନବୀକରଣ ଘୋଟାଲା ମାମଲାରେ ତଦନ୍ତ ଆରମ୍ଭ କଲା CBI । ପ୍ରମାଣ ମିଳିଲେ ରୁଜୁ ହୋଇପାରେ ମାମଲା । ଅଧିକ ପଢନ୍ତୁ

ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ବଙ୍ଗଳା ନବୀକରଣ ଘୋଟାଲା ମାମଲାରେ ତଦନ୍ତ ଆରମ୍ଭ କଲା CBI

author img

By ETV Bharat Odisha Team

Published : Sep 27, 2023, 8:53 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଅଡୁଆ ବଢିଲା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାର ନବୀକରଣରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଆଜି କେନ୍ଦ୍ରୀୟ ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଥିବା ବେଳେ ନବୀକରଣ କରିଥିବା ପୂର୍ତ୍ତ ବିଭାଗଠାରୁ ଖର୍ଚ୍ଚ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଛି । ଆସନ୍ତା 3ଦିନ ମଧ୍ୟରେ ଦିଲ୍ଲୀ ପୂର୍ତ୍ତ ବିଭାଗ ବଙ୍ଗଳାର ନବୀକରଣରେ ହୋଇଥିବା ଖର୍ଚ୍ଚ ଓ ଅନ୍ୟ ସମସ୍ତ ତଥ୍ୟ ସିବିଆଇ ନିକଟରେ ଦାଖଲ କରିବ ।

ଏଥିରେ ପ୍ରାୟ 45 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଯାହା ପ୍ରାଥମିକ ବରାଦଠାରୁ ଯଥେଷ୍ଟ ଅଧିକ । ଆବଶ୍ୟକତାଠାରୁ ଅଧିକ ବିଳାଶମୟ ଭାବେ ଅଟ୍ଟାଳିକାକୁ ନବୀକରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ତଦନ୍ତ ଆରମ୍ଭ ହେବା ପରେ ଆମ ଆଦମୀ ପାର୍ଟି କହିଛି, ଏହା ଏକ ରାଜନୀତି । ପୂର୍ବରୁ ଦୁର୍ନୀତି ନେଇ କୌଣସି ତଥ୍ୟ ମିଳିନଥିଲା, କି ଏବେ ମଧ୍ୟ କିଛି ମିଳିବ ନାହିଁ ।

ପ୍ରଥମେ ଏହି ଅଭିଯୋଗ ଆସିବା ପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବରୁ ଏହି ମାମଲାରେ ଏକ ବିଶେଷ ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏବେ ପୁଣି ଗୃହ ମନ୍ତ୍ରଣାଳୟ ସିଧା ସିବିଆଇ ତଦନ୍ତକୁ ମଞ୍ଜୁରୀ ଦେବା ପରେ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଅବିଳମ୍ବେ ତଦନ୍ତ ଆରମ୍ଭ କରିଛି । ଏବେ ପୂର୍ତ୍ତ ବିଭାଗ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଦାଖଲ କରିବା ପରେ ଏଥିରେ ଅନିୟମିତତା ସାମ୍ନାକୁ ଆସିବା ପରେ ସିବିଆଇ ସିଧା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିପାରେ ।

କାର୍ଯ୍ୟାନୁଷ୍ଠାନ ଆରମ୍ଭ ପରେ ଆମ ଆଦମୀ ପାର୍ଟି ବିଜେପି ଉପରେ ବର୍ଷିଛି । ବିଜେପି ଆପକୁ କ୍ଷମତା ବଳରେ ଶେଷ କରିବାକୁ ଉଦ୍ୟମ କରୁଛି । ଆଦମୀ ପାର୍ଟି ସ୍ବାସ୍ଥ୍ଯ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦେଶବ୍ୟାପୀ ଭୋଟ ମାଗୁଛି । ହେଲେ ଜାତି ଓ ଧର୍ମକୁ ନେଇ ଦେଶରେ ରାଜନୀତି କରୁଛି ଭାରତୀୟ ଜନତା ପାର୍ଟି । ପୂର୍ବରୁ ବିଜେପିର ସମସ୍ତ ଅଭିଯୋଗ ମିଛ ପ୍ରମାଣିତ ହୋଇଛି । ଚଳିତ ଥର ମଧ୍ୟ ତଦନ୍ତରେ କିଛି ମିଳବ ନାହିଁ ବୋଲି ଆପ କହିଛି ।

ଏହା ମଧ୍ୟ ପଢନ୍ତୁ :- ଚର୍ଚ୍ଚାରେ ଥିଲା କେଜ୍ରିଓ୍ବାଲଙ୍କ ଆଲିସାନ ବଙ୍ଗଳା, ଅଡିଟ୍‌ କରିବେ CAG

ଏହି ଅଟ୍ଟାଳିକାର ନବୀକରଣ ପାଇଁ ପ୍ରାଥମିକ ଭାବେ 15 ରୁ 20 କୋଟିର ବ୍ୟବବରାଦ କରାଯାଇଥିଲା । ହେଲେ ଏହି ରାଶିରେ କ୍ରମାଗତ ବୃଦ୍ଧି କାରଯାଇ ଏଥିରେ ପ୍ରାୟ 50 କୋଟି ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକି ପ୍ରାଥମିକ ଖର୍ଚ୍ଚ ଅଟ୍ଟକଳର ପ୍ରାୟ 3 ଗୁଣା ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.