ETV Bharat / bharat

ଅବକାରୀ ନୀତିରେ ଦୁର୍ନୀତି, ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା CBI

ଦିଲ୍ଲୀରେ ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା ସିବିଆଇ (CBI lodges an FIR against Delhi Deputy CM ) । ମୋଟଲ ୧୪ ଜଣଙ୍କ ନାମରେ ମାମଲା ରୁଜୁ । ଅଧିକ ପଢ଼ନ୍ତୁ

ଅବକାରୀ ନୀତିରେ ଦୁର୍ନୀତି, ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା ସିବିଆଇ

author img

By

Published : Aug 19, 2022, 8:07 PM IST

ନୂଆଦିଲ୍ଲୀ: ବିବାଦୀୟ ଅବକାରୀ ନୀତିକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ଚଢ଼ାଉ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ । ୧୪ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ମନୀଷ ସିସୋଦିଆ (CBI lodges an FIR against Delhi Deputy CM )।

ଶୁକ୍ରବାର ଦିନମାନ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ନୂଆ ଅବକାରୀ ନୀତିରେ ନିୟମକୁ ଅବମାନନା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୧୪ ଅଭିଯୁକ୍ତଙ୍କ ମଧ୍ୟରେ ସିସୋଦିଆଙ୍କୁ ଛାଡ଼ିଦେଲେ କିଛି ବରିଷ୍ଠ ସରକାରୀ ଅଧିକାରୀ କିଛି କମ୍ପାନୀ ଅଧିକାରୀ ଓ ଅନ୍ୟ ବ୍ୟକ୍ତିବିଶେଷ ସାମିଲ ରହିଛନ୍ତି ।

ସେପଟେ ସିସୋଦିଆଙ୍କ ଘରେ ଚଢ଼ାଉ ବେଳେ ବାହାରେ ଆପ୍‌ ସମର୍ଥକ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ସିବିଆଇର ଏହି ଚଢ଼ାଉକୁ ନେଇ ଆପ୍‌ ମୁଖପାତ୍ର ସଞ୍ଜୟ ସିଂହ କେନ୍ଦ୍ର ଓ କେନ୍ଦ୍ରୀୟ ଏଜେନ୍ସିକୁ ଭର୍ତ୍ସନା କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଖୁବ୍‌ ଶୀଘ୍ର ଗିରଫ ହେବେ ବୋଲି ଆଶଙ୍କା କରିଥିଲେ କେଜ୍ରିଓ୍ୱାଲ ।

ଦିଲ୍ଲୀରେ ନୂଆ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଉପରାଜ୍ୟପାଳ ଅଭିଯୋଗ କରିଥିଲେ । ଏହାକୁ ନେଇ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଏହାପରେ ଆଜି ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.