ETV Bharat / bharat

CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ 5 ବର୍ଷକୁ ବୃଦ୍ଧି, ଅଧ୍ୟାଦେଶ ଆଣିଲା କେନ୍ଦ୍ର - ED chiefs

5 ବର୍ଷକୁ ବୃଦ୍ଧି ପାଇବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ଅଧ୍ଯାଦେଶ ଆଣିଲେ କେନ୍ଦ୍ର ସରକାର । ପୂର୍ବରୁ ଉଭୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଥିଲା ମାତ୍ର ୨ ବର୍ଷ । ଅଧିକ ପଢନ୍ତୁ

୫ବର୍ଷକୁ ବୃଦ୍ଧି ହେବ CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ଅଧ୍ୟାଦେଶ ଆଣିଲା କେନ୍ଦ୍ର

author img

By

Published : Nov 14, 2021, 5:02 PM IST

ନୂଆଦିଲ୍ଲୀ: 5 ବର୍ଷକୁ ବୃଦ୍ଧି ପାଇବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ବର୍ତ୍ତମାନ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ତଥା ନିର୍ଦ୍ଦେଶକଙ୍କ କର୍ଯ୍ୟକାଳ ୨ବର୍ଷ ରହିଛି । ତେବେ ଏହି କାର୍ଯ୍ୟକାଳ ବୃଦ୍ଧି କରିବା ନେଇ କେନ୍ଦ୍ର ଏକ ଅଧ୍ୟାଦେଶ ଆଣିଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏ ନେଇ ସୂଚନା ଦିଆଯାଇଛି । ନଭେମ୍ବର 29 ରୁ ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର କିଛି ଦିନ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସଂଶୋଧନ) ଅର୍ଡିନାନ୍ସ, 2021 ନାମରେ ଅଧ୍ୟାଦେଶ ଆଣିବାକୁ ଯାଉଛି କେନ୍ଦ୍ର ।

୫ବର୍ଷକୁ ବୃଦ୍ଧି ହେବ CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ଅଧ୍ୟାଦେଶ ଆଣିଲା କେନ୍ଦ୍ର
୫ବର୍ଷକୁ ବୃଦ୍ଧି ହେବ CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ଅଧ୍ୟାଦେଶ ଆଣିଲା କେନ୍ଦ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ନେଇ ସଂଶୋଧିତ ଅଧ୍ୟାଦେଶକୁ ଅନୁମୋଦନ ଦେଇଥିବାବେଳେ ଏହାକୁ ବଦଳାଇ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରସ୍ତୁତ କରିବାକୁ ପଡିବ । ଯଦି ଏହା ଗୃହରେ ପାରିତ ହୋଇ ଆଇନରେ ପ୍ରଣୀତ ହେବାରେ ଆବଶ୍ୟକ ସଂଖ୍ୟା ଦୃଷ୍ଟିରୁ ବିଫଳ ହୁଏ, ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ଅଧ୍ୟାଦେଶ ରଦ୍ଧ ହୋଇଯିବ ।

1985-ବ୍ୟାଚ IPS ଅଧିକାରୀ ସୁବୋଧ କୁମାର ଜୈସୱାଲ ଦେଶର ସର୍ବୋଚ୍ଚ ତଦନ୍ତକାରୀ ଏଜେନ୍ସି CBIର ବର୍ତ୍ତମାନ ନିର୍ଦ୍ଦେଶକ ପଦ ସମ୍ଭାଳୁ ଥିବାବେଳେ ମେ 2021ରେ ନିଯୁକ୍ତ ହୋଇଥିଲେ । ସେହିପରି IRS ଅଧିକରୀ ସଂଜୟ କୁମାର ମିଶ୍ର ED ନିର୍ଦ୍ଦେଶକ ଭାବେ 2018ରେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳକୁ ୨୦୨୦ରେ ଶେଷ ହୋଇଥିବାବେଳେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.