ETV Bharat / bharat

ସମ୍ପର୍କରେ କଳଙ୍କ ଲଗାଇଲା ବାପା ! ନିଜର ୧୫ ବର୍ଷୀୟା ଝିଅକୁ କଲା ଦୁଷ୍କର୍ମ

author img

By

Published : Feb 16, 2023, 1:10 PM IST

୧୫ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ସ୍ବାମୀ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ପତ୍ନୀ । ଅଧିକ ପଢନ୍ତୁ

ଝିଅକୁ ଦୁଷ୍କର୍ମ କଲା ବାପା
ଝିଅକୁ ଦୁଷ୍କର୍ମ କଲା ବାପା

ଜୟପୁର: ସଇତାନ ସାଜିଲା ଜନ୍ମଦାତା । ନିଜର ଜନ୍ମକଲା ୧୫ ବର୍ଷୀୟା ଝିଅକୁ ଦୁଷ୍କର୍ମ କଲା ବାପା । ସ୍ବାମୀର ଏହି କୁକର୍ମ ସମ୍ପର୍କରେ ଜାଣିବା ପରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ସ୍ତ୍ରୀ । ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ବାୱଲୱାଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ଅଭିଯୋଗ ପରେ ଅଭିଯୁକ୍ତ କୁଆଡେ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବାକୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି । ତେବେ ଗତବର୍ଷ ଜୁନ ୯ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନ ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି ।

ସ୍ତ୍ରୀର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ସ୍ବାମୀ ସବୁବେଳେ ମଦ୍ୟପାନ କରୁଥିଲା । ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପାଟିତୁଣ୍ଡ ଓ ମାରପିଟ୍ କରୁଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତ କୌଣସି ଏକ ଅପରାଧିକ ମାମଲାରେ ଜେଲ୍ ଯାଇଥିଲା । ତେବେ ଜାମିନରେ ମୁକୁଳିବା ପରେ ସେ ନିଜର ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିଲା । ଏତଲାରେ କୁହାଯାଇଛି, ଅଭିଯୁକ୍ତ ନିଜର ୧୫ ବର୍ଷୀୟା ଝିଅକୁ ଘରୁ ବାହାରକୁ ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ପୀଡିତାଙ୍କ ମାନସିକ ସ୍ଥିତି ଦୋହଲି ଯାଇଥିଲା । ସେ ସବୁବେଳେ ଚୁପଚାପ୍ ରହୁଥିଲେ । ଏନେଇ ଝିଅକୁ ପଚରାଉଚରା କରିବା ପରେ ସେ ନିଜ ମାଆକୁ ସବୁକଥା ଜଣାଇଥିଲେ ।

ଏହାପରେ ମହିଳା ବାୱଲୱାଡା ଥାନାରେ ପହଞ୍ଚି ନିଜ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ କେବଳ ସ୍ବାମୀ ନୁହଁନ୍ତି, ଏହି କାମରେ ଶାଶୁଘର ଲୋକେ ସହଯୋଗ କରୁଥିବାର ମହିଳା ଥାନାରେ କହିଛନ୍ତି । ଏନେଇ ପୋଲିସ ପୋକ୍ସୋ ଆକ୍ଟ ଏବଂ ଆଇପିସିର ୩୭୬ ଧାରାରେ ମାମଲା ରୁଜୁ କରିଛି । ସେପଟେ ଏହି ଘଟଣା ପରେ ଅଭିଯୁକ୍ତ ବାପା କୁଆଡେ ଫେରାର୍ ହୋଇଯାଇଥିବା ଜଣାପଡିଛି । ତାକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ଭୋଜି ଖାଇ ଫେରୁଥିବା ବେଳେ ପରସ୍ପର ଧକ୍କା ହେଲେ ୨ କାର, ୫ ମୃତ

ଏନେଇ ବାୱଲୱାଡା ଥାନା ଏସଏଚଓ ହେମନ୍ତ କହିଛନ୍ତି, ''ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ନିଜ ସ୍ବାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ଜଣକ ନିଜର ଜନ୍ମକଲା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨୦୨୨ ଜୁନ ୯ ତାରିଖରେ ଏହି ଦୁଷ୍କର୍ମ ହୋଇଥିଲା । ଅଭିଯୋଗ ପରେ ପୋଲିସ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରିଛି । ଖୁବଶୀଘ୍ର ଅଭିଯୁକ୍ତ ପିତାକୁ ଧରିବାକୁ ଚେଷ୍ଟା ଚାଲିଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.