ETV Bharat / bharat

ଗୃହରେ ନଥାଇ ମଧ୍ୟ ନିଲମ୍ବିତ: DMK ସାଂସଦ ପ୍ରାର୍ଥୀବନଙ୍କ ଉପରୁ ନିଲମ୍ବନ ହଟାଇବେ ସରକାର

author img

By ETV Bharat Odisha Team

Published : Dec 14, 2023, 10:04 PM IST

Case of mistaken identity: ସଦନରେ ଉପସ୍ଥିତ ନଥାଇ ନିଲମ୍ବିତ ହୋଇଛନ୍ତି DMK ସାଂସଦ ପ୍ରାର୍ଥୀବନ । ଚିହ୍ନଟରେ ତ୍ରୁଟି କହିବା ସହ ନିଲମ୍ବନ ପ୍ରତ୍ୟାହାର ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

ଗୃହରେ ନଥାଇ ମଧ୍ୟ ନିଲମ୍ବିତ: DMK ସାଂସଦ ପ୍ରାର୍ଥୀବନଙ୍କ ଉପରୁ ନିଲମ୍ବନ ହଟାଇବେ ସରକାର
ଗୃହରେ ନଥାଇ ମଧ୍ୟ ନିଲମ୍ବିତ: DMK ସାଂସଦ ପ୍ରାର୍ଥୀବନଙ୍କ ଉପରୁ ନିଲମ୍ବନ ହଟାଇବେ ସରକାର

ନୂଆଦିଲ୍ଲୀ: ଗୃହରେ ଉପସ୍ଥିତ ନଥାଇ ମଧ୍ୟ ଅଶୋଭନୀୟ ଆଚରଣ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସାଂସଦ । ଆଜି ଲୋକସଭାରୁ 14 ଓ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ଅଶୋଭନୀୟ ଆଚରଣ ପାଇଁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି । ହେଲେ ଏଥିରେ ଏବେ ତ୍ରୁଟି ସାମ୍ନାକୁ ଆସିଛି । ଡିଏମକେର ଲୋକସଭା ସାଂସଦ ଏସ.ଆର ପ୍ରାର୍ଥୀବନ ଆଜି ସଦନରେ ଉପସ୍ଥିତ ନଥିବା ସତ୍ତ୍ବେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ପରେ ଏହା ଜଣାପଡିବା ପରେ ସରକାର ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ପରିଚୟରେ ତ୍ରୁଟି କାରଣରୁ ଏପରି ହୋଇଥିବା ବିଭାଗୀୟ ମନ୍ତ୍ରୀ ଯୋଶୀ ସ୍ପଷ୍ଟ କରିଛନ୍ତି ।

ଯୋଶୀ କହିଛନ୍ତି,‘‘ ସଂସଦୀୟ ଷ୍ଟାଫମାନଙ୍କ ତ୍ରୁଟି କାରଣରୁ ଏପରି ହୋଇଛି । ସେ ବାଚସ୍ପତିଙ୍କୁ ସାଂସଦ ପ୍ରାର୍ଥୀବନଙ୍କ ନାମ ନିଲମ୍ବିତ ସାଂସଦଙ୍କ ତାଲିକାରୁ ବାଦ ଦେବା ଅନୁରୋଧ କରିଛନ୍ତି । ବାଚସ୍ପତି ମଧ୍ୟ ତାହା କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି । ଖୁବଶିଘ୍ର ତାଙ୍କ ନାମ କାର୍ଯ୍ୟାନୁଷ୍ଠାନ ତାଲିକାରୁ ହଟିବ ।’’ ସେହିପରି ସେ ସାଂସଦଙ୍କ ଆଚରଣ ନେଇ କହିଛନ୍ତି, ‘‘ନୂଆ ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ସଦସ୍ୟଙ୍କ ଆଚରଣ ସମ୍ପର୍କିତ ଏକ ପ୍ରସ୍ତାବ ବିଜିନେସ ଆଡଭାଇଜରୀ କିମିଟି(BAC) ସମ୍ମୁଖରେ ରଖିଥିଲେ । ସାଂସଦମାନେ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ ନକରିବା ଉପରେ ଏହି ପ୍ରସ୍ତାବ ଥିଲା ଓ ଏହାକୁ ସମସ୍ତେ ଗ୍ରହଣ ମଧ୍ୟ କରିଥିଲେ ।’’

ଏହା ମଧ୍ୟ ପଢନ୍ତୁ :- ସଂସଦରୁ 14 ବିରୋଧୀ ସାଂସଦ ସସପେଣ୍ଡ, କଂଗ୍ରେସରୁ 9

ତେବେ ଏହି ବିଜିନେସ ଆଡଭାଇଜରୀ କିମିଟି ଆଜି ଗୃହରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ କରିଥିବା ସାଂସଦଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ଏହା ଗୃହରେ ଆଗତ କରାଯାଇଥିଲା । ଉଭୟ ଗୃହର 15 ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ତ୍ରୁଟି ସଂଶୋଧନ ପରେ ଲୋକସଭାରେ 14 ପରିବର୍ତ୍ତେ 13 ସାଂସଦ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ମିଶାଇ ମୋଟ 14 ଜଣଙ୍କୁ ନିଲମ୍ବନ କରାଯାଇଛି । ଏହି ସାଂସଦମାନେ ଗୃହରେ ଗତକାଲିର ସୁରକ୍ଷା ବିଭ୍ରାଟ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଗୃହରେ କନ୍ଦ୍ର ଗୃହମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ । ଏହି ନିଲମ୍ବନକୁ ବିରୋଧୀମାନେ ଅସାମ୍ବିଧାନିକ ବୋଲି କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା 5 ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.